ଭୁବନେଶ୍ବର : ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ତନିସ୍କ ପକ୍ଷରୁ ନୂଆ ଗହଣା ସମ୍ଭାର ‘ଅପରାଜିତା’ର ଉନ୍ମୋଚନ କରାଯାଇଛି। ଏହି ଗହଣାଗୁଡ଼ିକ ବେଙ୍ଗଲୀ ଡିଜାଇନରେ ପ୍ରସ୍ତୁତ ହୋଇଛି ଏବଂ ଏହାକୁ ଏକ ଭିନ୍ନ ସ୍ପର୍ଶ ଦିଆଯାଇଛି। ପରମ୍ପରା, କାରିଗରୀ ଓ ଡିଜାଇନର ଏହା ଏକ ଉନ୍ନତ ସମ୍ମିଶ୍ରଣ। ତନିସ୍କ ପକ୍ଷରୁ ସୁନା ଗହଣାର ଗଢ଼ା ମୂଲ୍ୟ ଓ ହୀରା ଗହଣା ମୂଲ୍ୟ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏହି ଅଫର ଚଳିତମାସ ୧୦ ତାରିଖରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଯେ କୌଣସି ଜୁଏଲର୍ସଠାରୁ କିଣା ହୋଇଥିବା ପୁରୁଣା ସୁନାକୁ ଗ୍ରାହକମାନେ ଏକ୍ସଚେଞ୍ଜ କରିପାରିବେ ଏବଂ ଅପରାଜିତାରେ ଥିବା ବ୍ୟାପକ ଗହଣା ସମ୍ଭାର ମଧ୍ୟରୁ ନିଜପାଇଁ ଯେକୌଣସି ବିକଳ୍ପ ଚୟନ କରିପାରିବେ। ଗ୍ରାହକଙ୍କ ଉପସ୍ଥିତରେ ପୁରୁଣା ସୁନାକୁ ତରଳାଇ ତାହାକୁ ଓଜନ କରାଯିବା ସହିତ ଅନ୍ୟାନ୍ୟ ଲାଭ ମଧ୍ୟ ରହିଛି ବୋଲି ନୂଆ ଗହଣା ସମ୍ଭାର ଉନ୍ମୋଚନ ଅବସରରେ କମ୍ପାନିର ମହା ପ୍ରବନ୍ଧକ-ମାର୍କେଟିଂ ରଞ୍ଜନି କ୍ରିଷ୍ଣସ୍ବାମୀ କହିଛନ୍ତି।
ତନିସ୍କର ପୂଜା ସମ୍ଭାର ‘ଅପରାଜିତା’
/sambad/media/post_attachments/wp-content/uploads/2020/10/tanishq.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)