ତନିସ୍କର ‘ରାଜାଧୀରାଜ’ ଗହଣା ସମ୍ଭାର

ଭୁବନେଶ୍ବର: ରଥଯାତ୍ରାକୁ ନଜରରେ ରଖି ଦେଶର ଅଗ୍ରଣୀ ଗହଣା ପ୍ରତି‌ଷ୍ଠାନ ତନିସ୍କ ପକ୍ଷରୁ ରାଜାଧୀରାଜ ନାମକ ନୂଆ ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଏଥିରେ ପେଣ୍ଡାଣ୍ଟ୍‌ ଓ ରିଙ୍ଗ୍‌ ଆଦି ରହିଛି ଯେଉଁଥିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ପ୍ରତିଫଳନ ଦେଖିବାକୁ ମିଳୁଛି। ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟାଇଟାନ୍‌ କଂପାନି ଲିମିଟେଡ୍‌ର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ଅମିତ ଧରାପ ଓ ତନିସ୍କର ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ(ପୂର୍ବ) ଅନିର୍ବାଣ ବାନାର୍ଜୀ ନୂଆ ଗହଣା ସମ୍ଭାରକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଗ୍ରାହକମାନଙ୍କ ଲାଗି ହୀରା ଗହଣା ମୂଲ୍ୟ ଓ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ହେବ। ତନିସ୍କର ସବୁ ଷ୍ଟୋର୍‌ରେ ଏହି ଅଫର ମିଳିବ। ରାଜାଧୀରାଜ ସମ୍ଭାରରେ ଥିବା ଗହଣାଗୁଡ଼ିକୁ ହାତରେ ତିଆରି କରାଯାଇଥିବା ବେଳେ ତା’ ଉପରେ ରଙ୍ଗ କାମ ହୋଇଛି। ମହାପ୍ରଭୁଙ୍କ ପ୍ରତି ଶ୍ରଦ୍ଧାକୁ ନିଜ ହୃଦୟ ପାଖରେ ରଖିବା ଲାଗି ଏହାକୁ ଅତି ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଥିବା କଂପାନି ପକ୍ଷରୁ କୁହାଯାଇଛି। ଏହି ଗହଣାଗୁଡ଼ିକୁ ୨୨ କ୍ୟାରେଟ୍ ସୁନାରେ ତିଆରି କରାଯାଇଛି।

ଏହି ଅବସରରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଓଡ଼ିଶା ପାଇଁ ତନିସ୍କର ଚେହେରା ଭାବେ ଉପସ୍ଥାପନ କରାଯାଇଛି। ରାଜ୍ୟରେ କଂପାନିର ସବୁ ପ୍ରକାର ବିଜ୍ଞାପନ ଯଥା ପ୍ରିଣ୍ଟ୍‌, ଆଉଟ୍‌ଡୋର୍‌ ଓ ଟିଭି ବିଜ୍ଞାପନରେ ପ୍ରକୃତିଙ୍କୁ ଦେଖିବାକୁ ମିଳିବ। ଓଡ଼ିଶାରେ ଥିବା ତନିସ୍କର ସମସ୍ତ ଷ୍ଟୋର୍‌ ପୁନର୍ବାର ଖୋଲାଯାଇଛି। କୋଭିଡ୍ ସମ୍ପର୍କିତ ସମସ୍ତ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ବେଳେ ଗ୍ରାହକମାନଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସବୁ ପ୍ରକାର ଅଂଶୀଦାରଙ୍କ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ମାନିକ୍ ହଂସ ଓ ଯୋଗେନ୍ଦ୍ର ହଂସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର