ଭୁବନେଶ୍ୱର : ତନିସ୍କ ଚଳିତ ପାର୍ବଣରେ ଆଣିଛି ‘ଆଲେଖ୍ୟ’ କଲେକ୍ସନ ଗହଣା। ଏହି କଲେକ୍ସନ ଜରିଆରେ ଭାରତର ପୁରୁଣା ତଥା ସମୃଦ୍ଧ କଳାକୁ ସ୍ମରଣ କରିବେ ଗ୍ରାହକ। କାରଣ ‘ଆଲେଖ୍ୟ’ କଲେକ୍ସନ ଭାରତର ଖ୍ୟାତନାମା ମିନିଏଚର ଏବଂ ପିଚ୍ୱାଇ ପେଣ୍ଟିଙ୍ଗ୍ସରୁ ପ୍ରେରିତ। ନୂଆ କଲେକ୍ସନରେ ମହିଳାଙ୍କ ପାଇଁ ଚମତ୍କାର ନେକ୍ଲେସ, ଇୟର ରିଙ୍ଗ୍ ଏବଂ ହାତତିଆରି ଗହଣା ରହିଛି। ଏ କଲେକ୍ସନରେ ଗହଣା ମୂଲ୍ୟ ୭୦,୦୦୦ ଟଙ୍କାରୁ ଆରମ୍ଭ।
ଏହି ପରିପ୍ରେକ୍ଷୀରେ ଟାଇଟନ କମ୍ପାନି ଲିମିଟେଡ୍ର ଡିଜାଇନ ମୁଖ୍ୟ ଅଭିଷେକ ରସ୍ତୋଗୀ କୁହନ୍ତି, ଅତି ସୁନ୍ଦର ଭାବେ ଡିଜାଇନ ହୋଇଥିବା ଗହଣାକୁ ଗ୍ରାହକଙ୍କ ନିକଟକୁ ଆଣିବା ଲାଗି ଆମର ପ୍ରାଥମିକତା ବଜାୟ ରହିଛି। ‘ଆଲେଖ୍ୟ’ ପୂଜା ଉତ୍ସବ ପାଳନର ପ୍ରତି ମୁହୂର୍ତ୍ତକୁ ତାଜା କରିବ। ଆଲେଖ୍ୟର ଏକ୍ସକ୍ଲୁସିଭ୍ ଗହଣାଗୁଡ଼ିକୁ ଗ୍ରାହକ www.Tanishq.co.in ରେ ବ୍ରାଉଜ୍ କରିପାରିବେ। ଚନ୍ଦ୍ରଶେଖରପୁରସ୍ଥିତ ସୋ’ରୁମ୍ରେ ନୂଆ କଲେକ୍ସନର ଉନ୍ମୋଚନ କମ୍ପାନିର ଏବିଏମ୍ ଅରିନ୍ଦମ ପ୍ରାମାଣିକ, ସୋ’ରୁମ୍ର ସ୍ବତ୍ବାଧିକାରୀ ମାନିକ ହଂସ,ବିବେକ ହଂସ ପ୍ରମୁଖଙ୍କ ଦ୍ବାରା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/tanisq.jpg)