ଭୁବନେଶ୍ବର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦେଶର ଅନ୍ୟତମ ବୃହତ୍ ଜୁଏଲାରି ବ୍ରାଣ୍ଡ୍ ତଥା ଟାଟା ଗ୍ରୁପ୍ କମ୍ପାନି ତନିସ୍କ ପକ୍ଷରୁ ସୁନା ଏବଂ ହୀରା ନିର୍ମିତ ଆଧୁନିକ ଏବଂ ଆକର୍ଷଣୀୟ ଇଅରରିଙ୍ଗ୍ର ସୁନ୍ଦର କଲେକ୍ସନ ‘ଷ୍ଟନିଂ ଇଭ୍ରି ଇଅର’ ନାମରେ ଅଣାଯାଇଛି। ସବୁ ମହିଳାଙ୍କ ଷ୍ଟାଇଲ ଅନୁରୂପ କାନଫୁଲ ପୂର୍ବରୁ ତନିସ୍କରେ ଉପଲବ୍ଧ ହେଉଥିବାବେଳେ ଏବେ ଏଥିରେ ଆଉ ଏକ ନୂଆ କଲେକ୍ସନ ଉପଲବ୍ଧ କରାଯାଇଛି। ନୂଆ କଲେକ୍ସନର ଗହଣାକୁ ଉତ୍କୃଷ୍ଟ ଭାବେ ପ୍ରସ୍ତୁତ କରାଯାଇଛି। ଏଥିରେ ଏତେ ବ୍ୟାପକ ବର୍ଗର ଗହଣା ରହିଛି ଯାହାଦ୍ବାରା ପ୍ରତ୍ୟେକ ମହିଳାଙ୍କ ରୁଚି, ଶୈଳୀ, ପୋଷାକ ଏବଂ ପ୍ରତ୍ୟେକ ଅବସର ଅନୁରୂପ ହୋଇପାରିବ।
ନୂଆ କଲେକ୍ସନରେ ସୁନ୍ଦର ଷ୍ଟଡ୍ସ, ମଡର୍ଣ୍ଣ ଡ୍ରପ୍ ଇଅରରିଙ୍ଗ, କ୍ଲାସି କ୍ଲାଇମ୍ବର୍ସ, ପାରମ୍ପରିକ ଝୁମୁକା ଏବଂ ଅନ୍ୟ ଷ୍ଟାଇଲର କାନଫୁଲ ରହିଛି। ୧୮ ଏବଂ ୨୨ କ୍ୟାରେଟ ସୁନାରେ ତିଆରି ହୋଇଥିବା ଏହି କାନଫୁଲ କଲେକ୍ସନରେ କଳାତ୍ମକ ଡିଜାଇନ ସାମିଲ ରହିଛି। ଚଳିତବର୍ଷ ଅକ୍ଷୟ ତୃତୀୟା ଉପଲକ୍ଷେ ତନିସ୍କ ଚଳିତମାସ ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସୁନା ଗହଣାର ଗଢ଼ା ମଜୁରି ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୦ ପ୍ରତିଶତ ରିହାତି ପ୍ରଦାନ କରୁଛି। ଏଥିସହିତ ତନିସ୍କରେ ଅନ୍ୟ କୌଣସି ସୋ’ରୁମରୁ କିଣାଯାଇଥିବା ସୁନା ଗହଣାକୁ ବଦଳାଇ ୧୦୦ ପ୍ରତିଶତ ଏକ୍ସଚେଞ୍ଜ ମୂଲ୍ୟ ପାଇବା ସୁଯୋଗ ରହିଛି। ଟାଇଟନ କମ୍ପାନିର ଜୁଏଲାରି ଡିଭିଜନର ସିଇଓ ଅଜୟ ଚାୱଲା ନୂଆ କଲେକ୍ସନର ଶୁଭାରମ୍ଭ କରିଛନ୍ତି।