ଭୁବନେଶ୍ବର : ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ବିବାହ ଋତୁକୁ ଦୃଷ୍ଟିରେ ରଖି ଅଫର ଘୋଷଣା କରାଯାଇଛି। ଡିସେମ୍ବର ୧୮ ପର୍ଯ୍ୟନ୍ତ ମିଳିବାକୁ ଥିବା ଏହି ଅଫରରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମୂଲ୍ୟ ଓ ହୀରା ଗହଣା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସୁନା ଏକ୍ସଚେଞ୍ଜ ବେଳେ ୦% ମୂଲ୍ୟ କାଟ ଭଳି ସୁବିଧା ମଧ୍ୟ ମିଳିବ। ଏହି ଅଫର ତନିସ୍କର ସବୁ ଷ୍ଟୋର୍ରେ ଉପଲବ୍ଧ ହେବ। ତନିସ୍କର ଚନ୍ଦ୍ରଶେଖରପୁର ସୋ’ରୁମ୍ରେ ଏହି ଅଫର ଘୋଷଣା କରାଯାଇଛି। ବିବାହ ଉତ୍ସବକୁ ନଜରରେ ରଖି ତନିସ୍କ ପକ୍ଷରୁ ରିଭା ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଏହା ବ୍ୟତୀତ ଉତ୍ସାହ, ବିରାସତ ଭଳି ସମ୍ଭାର ମଧ୍ୟ ତନିସ୍କରେ ଉପଲବ୍ଧ ରହିଛି।
ତନିସ୍କର ବିବାହ ଋତୁ ଅଫର
/sambad/media/post_attachments/wp-content/uploads/2021/12/Taniskars-wedding-season-offer.jpg)
/sambad/media/agency_attachments/2024-07-24t043029592z-sambad-original.webp)