ଓଡ଼ିଶା ବଜାରରେ ଟାଟାର ନୂଆ କାର୍‌ ‘ଆଲ୍‌ଟ୍ରୋଜ୍‌’

ଭୁବନେଶ୍ବର: ଟାଟା ମୋଟର୍ସ ପକ୍ଷରୁ ନୂଆ କାର୍‌ ‘ଆଲ୍‌ଟ୍ରୋଜ୍‌’କୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି। ଡିଅନ୍ ମୋଟର୍ସରେ ଏମ୍‌ଡି ମନୋଜ ସାହୁ, ଦିବ୍ୟଜ୍ୟୋତି ମିଶ୍ର, ଟାଟା ମୋଟର୍ସର ଟିଏସ୍‌ଏମ୍‌ ସନ୍ଦୀପ କୁମାର, ଜିଏମ୍ ପ୍ରତାପ ଶତପଥୀ, ଶାଖା ପ୍ରବନ୍ଧକ ଅଜୟ ମହାରଣାଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଛି। ବିଏସ୍‌-୬ ଇଞ୍ଜିନ ଥିବା ଏହି କାର୍‌ର ଏକ୍ସ ସୋ’ରୁମ୍ ଦାମ୍ ୫ ଲକ୍ଷ ୨୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ ଇଞ୍ଜିନ ବିକଳ୍ପରେ ଆସିଛି। ଏହି ମଡେଲ୍‌ଟି ଏକ୍ସଇ, ଏକ୍ସଏମ୍, ଏକ୍ସଟି, ଏକ୍ସଜେଡ୍ ଭଳି ଭାରିଆଣ୍ଟ୍‌ରେ ଉପଲବ୍ଧ ହୋଇଛି। ପେଟ୍ରୋଲ୍‌ ଭାରିଆଣ୍ଟ୍‌ର ମୂଲ୍ୟ ୫.୨୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଡିଜେଲ୍ ଭାରିଆଣ୍ଟ୍‌ର ଦାମ୍ ୬.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଗ୍ଲୋବାଲ୍ ନ୍ୟୁ କାର୍‌ ରେଟିଂ ଆସେସ୍‌ମେଣ୍ଟ୍‌ରେ ଏହି କାର୍‌କୁ ୫ ଷ୍ଟାର୍‌ ରେଟିଂ ମିଳିଛି।

ସମ୍ବନ୍ଧିତ ଖବର