ସମ୍ବଲପୁର:ଭୂଷଣ କାରଖାନାକୁ ଅକ୍ତିଆର କରିବା ପାଇଁ ଜେଏସ୍ଡବ୍ଲ୍ୟୁ ଓ ଟାଟା ଷ୍ଟିଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀସ୍ଥିତ ଭୂଷଣ ଷ୍ଟିଲ ଓ ସମ୍ବଲପୁର ଜିଲ୍ଲା ଠେଲ୍କୁଲିସ୍ଥିତ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ ଅକ୍ତିଆର କରିବା ହୋଇଥିବା ନିଲାମରେ ଏହି ଦୁଇ କଂପାନି ଭାଗ ନେଇଛନ୍ତି। ନିରଜ ସିଂଘଲଙ୍କ ଭୂଷଣ ଷ୍ଟିଲ ୫୦ ହଜାର କୋଟି ଟଙ୍କାର କରଜରେ ବୁଡ଼ି ରହିଥିବା ବେଳେ ତାଙ୍କ ଭାଇ ସଂଜୟ ସିଂଘଲଙ୍କ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲର ୩୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ରହିଛି। ଋଣ ଅର୍ଥ ଅସୁଲି ପାଇଁ ନେସ୍ନାଲ କଂପାନି ଲ’ ଟି୍ରବ୍ୟୁନାଲ(ଏନ୍ସିଏଲ୍ଟି) ଏହି ଦୁଇ ଭାଇଙ୍କ କଂପାନିକୁ ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ। ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ ଅକ୍ତିଆର କରିବା ପାଇଁ ପ୍ରଥମେ ଦୁବାଇର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସମେତ ବେଦାନ୍ତ, ଆର୍ସେଲର ମିତ୍ତଲ, ଟାଟା ଷ୍ଟିଲ, ଜେଏସ୍ଡବ୍ଲ୍ୟୁ, ଆୟନ କେପିଟାଲ, ଇଡେଲଓ୍ଵିସ ଆସେଟ୍ ରିକନ୍ଷ୍ଟ୍ରକ୍ଟସନ କଂପାନି ଆଦି ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ। ୮ ଫେବ୍ରୁଆରି ହୋଇଥିବା ଚୁଡ଼ାନ୍ତ ନିଲାମରେ କେବଳ ଜେଏସ୍ଡବ୍ଲ୍ୟୁ ଓ ଟାଟା ଷ୍ଟିଲ ହିଁ ନିଲାମ ପେପର ଦାଖଲ କରିଛନ୍ତି। ଭୂଷଣ ଷ୍ଟିଲ ଭଳି ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ ନେବା ପାଇଁ ଜେଏସ୍ଡବ୍ଲ୍ୟୁ ଅଧିକ ନିଲାମ ଡାକିବା କୁହାଯାଉଛି। ନିଲାମ ବେଳେ ଧାର୍ଯ୍ୟ ମୂଲ୍ୟଠାରୁ ଢେର ଅଧିକ ଅର୍ଥ ଯାଚିଥିବା କୁହାଯାଉଛି। ଏନ୍ସିଏଲ୍ଟି ପକ୍ଷରୁ ୩ଟି ସର୍ତ୍ତ ରଖାଯାଇଛି। ଉକ୍ତ ୩ଟି ସର୍ତ୍ତ ଯିଏ ପୂରଣ କରୁଥିବ, ସେହି କଂପାନିକୁ ହିଁ ଭୂଷଣ ନେବା ନିମନ୍ତେ ମୂଲଚାଲ କରିବା ପାଇଁ ଡକାଯିବ ବୋଲି ଜଣାପଡ଼ିଛି।
ଭୂଷଣ କିଣିବା ଦୌଡ଼ରେ ଜେଏସ୍ଡବ୍ଲ୍ୟୁ, ଟାଟା
/sambad/media/post_attachments/wp-content/uploads/2018/02/Jindal-Steel-Power_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)