ଭୁବନେଶ୍ୱର: ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ଟାଟା କ୍ୟାପିଟାଲ୍‌ ଆଣିଛି ‘ସଲାମ୍‌ ଋଣ’। ଏହା ଏକ ସ୍ୱତନ୍ତ୍ର ପ୍ରକାର ବ୍ୟକ୍ତିଗତ ଋଣ। ନିଜର ତେଜରାତି ଦୋକାନର ସମ୍ପ୍ରସାରଣ କରିବା ପାଇଁ ବନ୍ଦିତା ମିଶ୍ର ଏହି ଋଣ ଜରିଆରେ ୫୦ ହଜାର ଟଙ୍କା ହାସଲ କରିଛନ୍ତି। ସେହିପରି ନିଜର ଗାଡ଼ି ମରାମତି ଦୋକାନ ଖୋଲିବା ପାଇଁ ପ୍ରଶାନ୍ତ ଭୋପାନି ସାହୁ ନାମକ ଜଣେ ବ୍ୟକ୍ତି ମଧ୍ୟ ୫୦ ହଜାର ଟଙ୍କାର ଋଣ ନେଇଛନ୍ତି। ଆର୍ଥିକ ଦୁର୍ବଳ ବର୍ଗରେ ଥିବା ଯୁବ ଉଦ୍ୟୋଗୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ କଂପାନି ସଲାମ୍‌ ଋଣ ପ୍ରଦାନ କରୁଛି।