ଟାଟାର କମର୍ସିଆଲ୍‌ ଗାଡ଼ି ମହଙ୍ଗା ହେବ

ନୂଆଦିଲ୍ଲୀ: ଟାଟା ମୋଟର୍ସ ଏହାର ବାଣିଜ୍ୟିକ ଯାନର ମୂଲ୍ୟ ଆସନ୍ତା ଏପ୍ରିଲ ପହିଲାରୁ ବୃଦ୍ଧି କରିବ। କମ୍ପାନି ୨ରୁ ୨.୫ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିବ। ବିଭିନ୍ନ ମଡେଲ ଏବଂ ଭାରିଆଣ୍ଟ ଉପରେ ମୂଲ୍ୟବୃଦ୍ଧି ଭିନ୍ନ ଭିନ୍ନ ରହିବ। ଗାଡ଼ି ନିର୍ମାଣରେ ବ୍ୟବହୃତ ଇସ୍ପାତ, ଆଲୁମିନିୟମ, ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ସମେତ ବିଭିନ୍ନ କଞ୍ଚାମାଲର ମୂଲ୍ୟରେ ବୃଦ୍ଧି ଘଟିଛି। ଉକ୍ତ ବର୍ଦ୍ଧିତ ମୂଲ୍ୟର ବଡ଼ ଅଂଶ କମ୍ପାନି ନିଜେ ବହନ କରିଥିବାବେଳେ ଅନ୍ୟ କିଛି ଅଂଶ ଗ୍ରାହକଙ୍କ ଉପରେ ଲଦିବା ପାଇଁ ବାଧ୍ୟ ହୋଇଛି ବୋଲି କହିଛି।

ସମ୍ବନ୍ଧିତ ଖବର