ନୂଆଦିଲ୍ଲୀ,: ଦୀର୍ଘ ଦୁଇ ବର୍ଷ ହେଲାଣି ଟାଟା ସନ୍ସ ଏବଂ ଜାପାନର କଂପାନି ଏନ୍ଟିଟି ଡୋକୋମୋ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହୋଇଯିବ। ଏହି ଦୁଇ କଂପାନି ଯୌଥ ଉଦ୍ୟୋଗ ପ୍ରତିଷ୍ଠା କରି ଟାଟା ଡୋକୋମୋ ନାମରେ ଭାରତରେ ମୋବାଇଲ୍ ସେବା ପ୍ରଦାନ କରୁଛନ୍ତି। ଦୁଇ କଂପାନି ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରିବା ପାଇଁ ଟାଟା ସନ୍ସ ପକ୍ଷରୁ ଡୋକୋମୋକୁ ୭୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଟାଟା-ଡୋକୋମୋ ଯୌଥ ଉଦ୍ୟୋଗରୁ ଡୋକୋମୋ ବାହାରି ଯିବାକୁ ମନ ସ୍ଥିର କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ସେତେବେଳେ ଟାଟା ସନ୍ସର ମୁଖ୍ୟ ଥିଲେ ସାଇରସ୍ ମିସ୍ତ୍ରୀ। ଦୁଇ କଂପାନି ଭିତରେ ବିବାଦ ଏତେ ବଢ଼ିଯାଇଥିଲା ଯେ ମାମଲା ଆନ୍ତର୍ଜାତିକ ଅଦାଲତରେ ପହଞ୍ଚିଥିଲା। ସେହି ଅଦାଲତର ରାୟ ଡୋକୋମୋ ସପକ୍ଷରେ ଯାଇଥିଲା। ମାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ଅଦାଲତର ରାୟ ଉପରେ ଆପତ୍ତି ଉଠାଇଥିଲା। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା ଯାହାର ରାୟ ମଧ୍ୟ ଡୋକୋମୋ ସପକ୍ଷରେ ଯାଇଥିଲା। ଡୋକୋମୋ ୨୦୦୯ରେ ୧୨,୭୪୦ କୋଟି ଟଙ୍କା ନିବେଶ କରି ଟାଟା ଟେଲିର ୨୬.୫% ଅଂଶଧନ ଖରିଦ କରିଥିଲା। ୨୦୧୪ରେ ଯୌଥ ଉଦ୍ୟୋଗରୁ ବାହାରି ଯିବାକୁ ଡୋକୋମୋ ନିଷ୍ପତ୍ତି ନେଇଥିଲା। ନିଜ ଅଂଶଧନ ବାବଦରେ ସେୟାର ପିଛା ୫୮ ଟଙ୍କା ହିସାବରେ କଂପାନି ଟାଟାକୁ ୭୨୦୦ କୋଟି ଟଙ୍କା ମାଗିଥିଲା। କିନ୍ତୁ ଆର୍ବିଆଇ ଗାଇଡଲାଇନ୍ର ବାହାନା ଦେଖାଇ ଟାଟା ପକ୍ଷରୁ ସେୟାର ପିଛା ୨୩ ଟଙ୍କା ୫୦ ପଇସା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଏହା ପରେ ଦୁଇ କଂପାନି ଭିତରେ ବିବାଦ ଆରମ୍ଭ ହୋଇଥିଲା।
ଡୋକୋମୋକୁ ଟାଟା ଦେଲା ୭୮୦୦ କୋଟି ଟଙ୍କା
/sambad/media/post_attachments/wp-content/uploads/2017/11/court-hammer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)