ଆସନ୍ତା ଫେବୃୟାରୀରେ ପ୍ରଦର୍ଶିତ ହୋଇପାରେ ଟାଟା ଗ୍ରାଭିଟସ୍

ମୁମ୍ବାଇ: ଆସନ୍ତା ଫେବୃଆରୀରେ ପ୍ରଦର୍ଶିତ ହୋଇପାରେ ଟାଟାର ନୂଆ କାର୍ ଗ୍ରାଭିଟସ୍ । ୨୦୨୦ ଅଟୋ ଏକ୍ସ-ପୋରେ ଟାଟାର ଏହି କାର ପ୍ରଦର୍ଶିତ ହେବା ସମ୍ଭାବନା ରହିଛି । ୨୦୧୯ ମସିହା ପ୍ରାରମ୍ଭରେ ଏହା ଜେନେଭା ମୋଟର ସୋ’ରେ ଟାଟା ବଜାର୍ଡ ନାଁରେ ପ୍ରଦର୍ଶିତ ହୋଇଥିଲା । ଏଠାରେ ଏହି ନୂଆ ଭର୍ସନକୁ ବେଶ ପସନ୍ଦ ମଧ୍ୟ କରାଯାଇଥିଲା |

ତେବେ ଗ୍ରାଭିଟସ୍ ଟାଟା ହ୍ୟାରିଅରର ସେଭେନ୍ ସିଟ୍ ଭର୍ସନ୍ । ଏସୟୁବି ସେଗମେଂଟରେ ଟାଟାର ଏହି କାର୍ ମହିନ୍ଦ୍ରା ଏକ୍ସୟୁଭି ଫାଇଭ୍ ହଣ୍ଡ୍ରେଡ଼ ଓ ଏମଜି ହେକ୍ଟରକୁ ଟକ୍କର ଦେବ । ଏଥିସହ ଏହା ଫର୍ଚ୍ୟୁନର୍ ଓ ଏଣ୍ଡିଏଭୋରର ବିକ୍ରିକୁ ବି ପ୍ରଭାବିତ କରିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏଥିରେ ୨.୦ କ୍ରୟୋଟେକ୍ ଡିଜେଲ ଇଞ୍ଜିନ ସହ ୬ ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ସହ ୬ ସ୍ପିଡ୍ ଅଟୋମେଟିକ୍ ଗିିୟରବକ୍ସର ଅପ୍ସନ୍ ଦିଆଯାଇପାରେ | ୫ଟି ଡ୍ରାଇଭିଂ ମୋଡ୍ ସହ ଇଲେକ୍ଟ୍ରିକ୍ ସନରୁଫ୍ ଅପ୍ସନ ମୁଲ୍ୟ ୧୪ଲକ୍ଷ ଟଙ୍କାରୁ ଆରମ୍ଭ ହେବା ନେଇ ଅନୁମାନ କରାଯାଇଛି |

ସମ୍ବନ୍ଧିତ ଖବର