ମିସ୍ତ୍ରୀ ପରିବାର ସହ ବିବାଦ ତୁଟାଇବା ପାଇଁ ନୂଆ ପ୍ରସ୍ତାବ ଦେଲା ଟାଟା ଗ୍ରୁପ

ନୂଆଦିଲ୍ଲୀ: ବିଗତ ଏକ ବର୍ଷ ମଧ୍ୟରେ ଦେଶର ବୃହତ୍ତମ ଶିଳ୍ପସଂସ୍ଥା ଟାଟା ଗ୍ରୁପ୍ ଏବଂ ଏହାର ବୃହତ୍ତମ ସଂଖ୍ୟାଲଘୁ ଅଂଶୀଦାର ମିସ୍ତ୍ରୀ ପରିବାର ମଧ୍ୟରେ ଆଇନଗତ ବିବାଦ ଚାଲିଛି। ବିବାଦର ଅନ୍ତ ଘଟାଇବା ପାଇଁ ଟାଟା ଗୋଷ୍ଠୀ ପଦକ୍ଷେପ ନେଇଛି। ଟାଟା ଗ୍ରୁପ ମିସ୍ତ୍ରୀ ପରିବାରର ଅଂଶଧନ କିଣିବାକୁ ପ୍ରସ୍ତୁତ ବୋଲି କହିଛି। ଟାଟା ସନ୍ସର ଓକିଲ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ମିସ୍ତ୍ରୀଙ୍କର ଶାପୁରଜୀ ପାଲୋଞ୍ଜୀ ଗ୍ରୁପର ୧୮ ପ୍ରତିଶତ ଅଂଶଧନ କିଣିବାକୁ ଟାଟା ଗ୍ରୁପ ପ୍ରସ୍ତୁତ ଅଛି । ଶାପୁରଜୀ ପାଲୁଞ୍ଜୀ ଗ୍ରୁପ ଋଣ ପରିଶୋଧ କରିବାକୁ ଅଂଶଧନ ବିକ୍ରୟ କରିବା ପରିବର୍ତ୍ତେ, ବନ୍ଧକ ରଖି ଅର୍ଥ ନେବାକୁ ଚାହୁଁଛି | ତେବେ ଟାଟା ଗ୍ରୁପ୍ ଆଶଙ୍କା କରିଛି ଯେ ଏହି ଅଂଶଧନ ଏଭଳି ନିବେଶକଙ୍କ ହାତରେ ରହିପାରେ, ଯେଉଁମାନେ ପରେ କମ୍ପାନୀର ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରିପାରନ୍ତି ।

ସୁପ୍ରିମକୋର୍ଟ ମିସ୍ତ୍ରୀ ଗ୍ରୁପକୁ କହିଛନ୍ତି ଯେ ୨୮ ଅକ୍ଟୋବର ପର୍ଯ୍ୟନ୍ତ ଟାଟା ଗ୍ରୁପକୁ କୌଣସି ଅଂଶଧନ ବିକ୍ରୟ କିମ୍ବା ବନ୍ଧକ ରଖିପାରିବେ ନାହିଁ | ସୂଚନା ଥାଉ କି ଶାପୁରଜୀ ପାଲୁଞ୍ଜୀ ଗ୍ରୁପ, ପାଲୁଞ୍ଜୀ ମିସ୍ତ୍ରୀ ଏବଂ ତାଙ୍କ ପରିବାର ଦ୍ୱାରା ନିୟନ୍ତ୍ରିତ | ଟାଟା ଗ୍ରୁପର ହୋଲଡିଂ କମ୍ପାନୀ ଟାଟା ସନ୍ସରେ ଏହି ଗୋଷ୍ଠୀର ୧୮ ପ୍ରତିଶତ ଅଂଶଧନ ଅଛି | ମିସ୍ତ୍ରୀଙ୍କ ପୁଅ ସାଇରସ୍ ମିସ୍ତ୍ରୀଙ୍କୁ ୨୦୧୬ ରେ ଟାଟା ସନ୍ସର ଚେୟାରମ୍ୟାନ୍ ପଦରୁ ହଟାଇ ଦିଆଯାଇଥିଲା।

ତେବେ ଏସପି(ଶାପୁରଜୀ ପାଲୁଞ୍ଜୀ ) ଗ୍ରୁପ୍‌ର ମୁଖ୍ୟ ହୋଲଡିଂ କମ୍ପାନୀ ଶାପୁରଜୀ ପାଲୁଞ୍ଜୀ ଆଣ୍ଡ କୋ ପ୍ରାଇଭେଟ ଲି. ଫେବୃଆରୀ ଶେଷ ସୁଦ୍ଧା ୯୨୮୦ କୋଟି ଟଙ୍କା ଋଣ ଥିଲା। ମାର୍ଚ୍ଚ ୨୦୧୯ ସୁଦ୍ଧା ସମଗ୍ର କମ୍ପାନୀର ୩୦୦୦୦ କୋଟିରୁ ଅଧିକ ଋଣ ଥିଲା। ସେବେଠାରୁ ସାଇରସ ଋଣ ପରିଶୋଧ କରିବାକୁ ଟାଟା ସନ୍ସରେ ଥିବା କିଛି ସେୟାରକୁ ବନ୍ଧକ ରଖି ୧ ବିଲିୟନ ଡଲାର ସଂଗ୍ରହ କରିବାକୁ ଯୋଜନା କରିଥିଲେ | ଯାହାକୁ ଟାଟା ଗ୍ରୁପ ପକ୍ଷରୁ ପ୍ରତ୍ୟାଖାନ କରାଯାଇଥିଲା | ସେବେଠାରୁ ଏହି ମାମଲା ସୁପ୍ରିମକୋର୍ଟରେ ଚାଲିଛି |

ସମ୍ବନ୍ଧିତ ଖବର