ଟାଟା ଭାରତର ସବୁଠୁ ମୂଲ୍ୟବାନ ବ୍ରାଣ୍ଡ୍

ମୁମ୍ବାଇ, : ଚଳିତବର୍ଷ ଲୁଣଠାରୁ ସଫ୍ଟଓୟାର ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ଟାଟା ଗ୍ରୁପ୍ ଭାରତର ସବୁଠୁ ମୂଲ୍ୟବାନ ବ୍ରାଣ୍ଡ୍ ହୋଇପାରିଛି। ଟାଟା ଗ୍ରୁପର ବ୍ରାଣ୍ଡ୍ ମୂଲ୍ୟ ୧୯.୫ ବିଲିଅନ ଡଲାରରେ ପହଞ୍ଚିଛି। ବିଶ୍ବର ୧୦୦ଟି ମୂଲ୍ୟବାନ ବ୍ରାଣ୍ଡ୍ ତାଲିକାରେ ଭାରତର ଏକମାତ୍ର କମ୍ପାନି ଭାବେ ଟାଟା ଗ୍ରୁପ୍ ସ୍ଥାନ ପାଇଛି। ଟାଟା ଗ୍ରୁପ୍ ୮୬ତମ ସ୍ଥାନରେ ରହିଛି। ଲଣ୍ଡନର ବ୍ରାଣ୍ଡ୍ ଫାଇନାନ୍ସ ନାମକ ଏକ କନସଲଟାନ୍ସି ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଗତବର୍ଷ ଟାଟା ଗ୍ରୁପ ଏହି ତାଲିକାରେ ୧୦୪ତମ ସ୍ଥାନରେ ରହିଥିଲା।

ସମ୍ବନ୍ଧିତ ଖବର