ଟାଟା ମୋଟର୍ସର ନୂଆ ସୋ’ରୁମ୍ ‘ଗୁଗ୍‌ନାନୀ ଅଟୋକାର୍‌’

ଭୁବନେଶ୍ବର: କଟକର ପ୍ରତାପନଗରୀସ୍ଥିତ ଜାତୀୟ ରାଜପଥ ପାର୍ଶ୍ବରେ ଟାଟା ମୋଟର୍ସର ନୂତନ ପାସେଞ୍ଜର କାର‌୍‌  ସୋ’ରୁମ୍ ‘ଗୁଗ୍‌ନାନୀ ଅଟୋକାର‌୍‌’  ଉଦ୍‌ଘାଟିତ ହୋଇଯାଇଛି।  ପାଞ୍ଚ ହଜାର ବର୍ଗଫୁଟ୍‌ର ଏହି ସୋ’ରୁମ୍‌ରେ କଂପାନିର ସବୁ ପ୍ରକାର କାର୍‌ ଯଥା‌  ନେକ୍ସନ୍‌, ଟିଆଟୋ, ଟିଗୋର‌୍‌, ହେକ୍ସା, ଜେଷ୍ଟ୍‌ ଏବ˚ ବୋଲ୍‌୍ଟ ଆଦି ବିକ୍ରି କରାଯାଉଛି। ଏଠାରେ କଂପାନିର ସର୍ଭିସ୍‌ ସେଣ୍ଟର୍ ମଧ୍ୟ ରହିଛି।  ସୋ’ରୁମ୍‌ର ପରିଚାଳନା ନିର୍ଦେଶକ ରାଜନ୍ ଗୁଗ୍‌ନାନୀ କହିଛନ୍ତି ଯେ, ଆମେ ଉତ୍ତମ ମୂଲ୍ୟ ସହ ବିକ୍ରି ପରବର୍ତ୍ତୀ ସେବାକୁ ପ୍ରାଧାନ୍ୟ ଦେଉଛୁ। ଗ୍ରାହକମାନଙ୍କ ଚାହିଦା ଅନୁସାରେ ସମସ୍ତ ଆକ୍‌ସେସୋରିଜ୍‌ ଯୋଗାଇ ଦେବୁ।  ସୋ’ରୁମ୍‌ରେ ଟାଟାର ନୂଆ ଏସ୍‌ୟୁଭି  ହ୍ୟାରିୟରର ଅଗ୍ରଣୀ ବୁକିଙ୍ଗ୍‌ ଚାଲିଛି ବୋଲି ସୋ’ରୁମ୍‌ର ସତ୍‌ପାଲ ଗୁଗ୍‌ନାନୀ କହିଛନ୍ତି।

ସମ୍ବନ୍ଧିତ ଖବର