ନୂଆଦିଲ୍ଲୀ : ଟାଟା ମୋଟର୍ସ ପକ୍ଷରୁ ବ୍ୟକ୍ତିଗତ ବ୍ୟବହାର ପାଇଁ ଇଲେକ୍ଟ୍ରିକ କାର ଟିଗୋର ଇଭି ବଜାରକୁ ଛଡାଯାଇଛି । ଟାଟା ଟିଗୋର ଇଭି ଗୋଟିଏ ଥର ଚାର୍ଜ କଲେ ପ୍ରାୟ ୨୧୩ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏହାର ମୂଲ୍ୟ ୯.୪୪ ଲକ୍ଷ ଟଙ୍କା ରହିଛି । ଏହି କାରରେ ରହିଛି ଏକ ୨୧.୫ କିଲୋଓ୍ଵାଟ ବ୍ୟାଟେରୀ । ଏଥିରେ ଦୁଇଟି ଚାର୍ଜିଂ ପଏଣ୍ଟ ରହିଛି-ଗୋଟିଏ ସ୍ଲୋ(ଧୀର) ଚାର୍ଜିଂ ପାଇଁ, ଅନ୍ୟଟି ଫାଷ୍ଟ (ଦ୍ରୁତ) ଚାର୍ଜିଂ ପାଇଁ । ଆସନ୍ତା ୨୦୨୦ ସୁଦ୍ଧା ଟାଟା ମୋଟର୍ସ ନିଜର ଲୋକପ୍ରିୟ ଏସୟୁଭି ନେକ୍ସନର ଇଲେକ୍ଟ୍ରିକ ଭର୍ସନ ବଜାରକୁ ଛାଡିବାକୁ ଘୋଷଣା କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଟାଟା ପୂର୍ବରୁ ବିଭିନ୍ନ କମ୍ପାନି ବା ସରକାରଙ୍କ ପାଇଁ ଇଲେକ୍ଟ୍ରିକ କାର ଛାଡୁଥିବାବେଳେ ଏଣିକି ବ୍ୟକ୍ତିଗତ ବ୍ୟବହାର ପାଇଁ ମଧ୍ୟ ବଜାରକୁ ଛାଡିଛି । ଗତ ୨୦୧୭ ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିଃ (ଇଇଏସଏଲ) ପକ୍ଷରୁ ୧୦ ହଜାର ଇଲେକଟ୍ରିକ୍ କାର୍ ଖରିଦ ପାଇଁ ଟେଣ୍ଡର ଡକାଯାଇଥିଲା । ଏଥିରେ ଟାଟା ମୋଟର୍ସ ବିଜୟୀ ହୋଇ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୫୦ କାର୍ ଯୋଗାଇବା ପାଇଁ ଚୁକ୍ତି ବଦ୍ଧ ହୋଇଥିଲା । ଦେଶର ତୈଳ ଆମଦାନୀ ହ୍ରାସ ଓ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ୨୦୩୦ ସୁଦ୍ଧା କେବଳ ଇଲେକଟ୍ରିକ୍ କାର ନିମନ୍ତେ ଅନୁମତି ଦେବାକୁ ବିଚାର କରୁଛନ୍ତି ।