ଟାଟା ମୋଟର୍ସ ପକ୍ଷରୁ ଟାଟା ଟିଆଗୋ ଏନ୍‌ଆର୍‌ଜିର ବଜାର ପ୍ରବେଶ

ନୂଆଦିଲ୍ଲୀ: ଟାଟା ମୋଟର୍ସ ପକ୍ଷରୁ ନୂତନ ଏସୟୁଭି ଟାଟା ଟିଆଗୋ ଏନଆରଜିର ବଜାର ପ୍ରବେଶ କରାଯାଇଛି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଲ୍‌ ନିୟୁ ଏସୟୁଭିର ନିର୍ମାଣ କରାଯାଇଛି। ଏଥିରେ ୧.୦୫ ଲିଟର ରେଭୋଟର୍କ ଡିଜେଲ ଇଂଜିନ୍‌, ୧.୨ ଲିଟର ରେଭୋଟର୍କ ପେଟ୍ରୋଲ ଇଂଜିନ୍‌, ୫ ସ୍ପିଡ୍‌ ମାନୁଆଲ୍‌ ଟ୍ରାନ୍ସମିସନ୍‌ ସୁବିଧା ରହିଛି। ଏହା ମାଲାବାର ସିଲଭର୍‌, କ୍ୟାନିୟନ୍‌ ଅରେଞ୍ଜ, ଫୁଜି ହ୍ଵାଇଟ୍‌ ଆଦି ୩ ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି। ଏଥିରେ ବ୍ଲାକ୍‌ ରୁଫ୍‌ ଏବଂ ରୁଫ୍‌ ରେଲସ୍‌ ରହିଛି। ଏହାର ପେଟ୍ରୋଲ ଭର୍ସନର ମୂଲ୍ୟ ୫.୪୯ ଲକ୍ଷ ଟଙ୍କା ଏବଂ ଡିଜେଲ୍‌ ଭର୍ସନର ମୂଲ୍ୟ ୬.୩୧ ଲକ୍ଷ ଟଙ୍କା ରହିଛି । ଏହି ନୂତନ ଏସୟୁଭିରେଡୁଆଲ୍‌ ଟୋନ୍‌ ୪ ସ୍ପୋକ୍‌ ଡୁର୍‌ ଆଲଏ ହ୍ଵିଲସ୍‌, ୨୪୨ ଲିଟର ସ୍ପେସ୍‌, ସ୍ମାର୍ଟ ୫ ଟଚ୍‌ ସ୍କ୍ରିନ୍‌ ୮ ସ୍ପିକର ସହିତ ହାରମନ୍‌, ଡୁଆଲ୍‌ ପ୍ରଣ୍ଟ ଏୟାରବ୍ୟାଗ୍‌, ଇବିଡି ସହିତ ଏବିଏସ୍‌, ରିଭର୍ସ ପାର୍କିଂ ସୁବିଧା, ସ୍ମାର୍ଟ ରିଅର ୱିପର ଆଦି ସୁବିଧା ରହିଛି । ଏହି ଅବସରରେ ଟାଟା ମୋଟରର୍ସ ସିଇଓ ଏବଂ ଏମ୍‌ଡି ଗୁଣ୍ଟର ବଟ୍‌ଶେକ୍‌ କହିଲେ, ‘ଟିଆଗୋ ଏନଆରଜିର ବଜାର ପ୍ରବେଶ କରାଇଥିବାରୁ ଆମେ ବେଶ୍‌ ଆନନ୍ଦିତ। ସହର ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରେ ଆକର୍ଷଣୀୟ ଡିଜାଇନିଂ କରାଯାଇଛି। ଏହି ଉତ୍ପାଦ ବଜାରରେ ବେଶ୍‌ ସଫଳ ରହିବାର ଆଶା ରହିଛି ।

ସମ୍ବନ୍ଧିତ ଖବର