ଭୁବନେଶ୍ବର: ଟାଟା ମୋଟର୍ସ ପକ୍ଷରୁ ନୂଆ ନେକ୍ସନ ଇଭି ମ୍ୟାକ୍ସକୁ ଏହାର ସାମନ୍ତରାପୁରରେ ଥିବା ଡିଲରସିପ୍ ଡିଅନ୍ ଅଟୋମୋଟିଭ୍ରେ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୧୭.୭୪ ଲକ୍ଷ ଟଙ୍କା ରହିଛି। ଟାଟା ମୋଟର୍ସର ଟେରିଟୋରି ସେଲ୍ସ ମ୍ୟାନେଜର ସବ୍ୟସାଚ୍ଚୀ, ଦାସ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଏସବିଆଇ ଡିଜିଏମ୍ ଆନନ୍ଦ ବିକ୍ରମ, ଇଣ୍ଡିଆନ ବ୍ୟାଙ୍କର ଜୋନାଲ୍ ମ୍ୟାନେଜର ଭି ଶଙ୍କର ରାଜୁ, ଡିଲର ପ୍ରିନ୍ସିପାଲ୍ ମନୋଜ କୁମାର ସାହୁ, ଡିଅନ ଅଟୋମୋଟିଭ୍ର ସିଇଓ ସତ୍ୟମ ପଟ୍ଟନାୟକ ଓ ଟାଟା ମୋଟର୍ସର ଆଞ୍ଚଳିକ ପ୍ରବନ୍ଧକ (ଇଷ୍ଟ-୪) ଶିଶିର ଶ୍ରୀବାସ୍ତବଙ୍କ ଉପସ୍ଥିତିରେ ଗାଡ଼ିକୁ ଉନ୍ମୋଚନ କରାଯାଇଛି। ନୂଆ ଟାଟା ନେକ୍ସନ ଇଭି ମ୍ୟାକ୍ସ ଡିଅନ ଅଟୋମୋଟିଭ୍ର ଭୁବନେଶ୍ବର, କଟକ, ପୁରୀ ଓ ବ୍ରହ୍ମପୁର ଡିଲର୍ସିପ୍ରେ ଉପଲବ୍ଧ ହୋଇଛି। ଜେଡ୍ଏକ୍ସ+ ଓ ଜେଡ୍ଏକ୍ସ+ ଲକ୍ସ ଭଳି ଦୁଇଟି ଟ୍ରିମ୍ ବିକଳ୍ପ ଓ ୩ଟି ଆକର୍ଷଣୀୟ ରଙ୍ଗରେ ଏହା ଉପଲବ୍ଧ ରହିଛି। ଏଥିରେ ୪୦.୫ କିଲୋୱାଟ୍ର ବ୍ୟାଟେରି ରହିଛି ଯାହା ଥରେ ଫୁଲ ଚାର୍ଜ ହେଲେ ୪୩୭ କିମି ଦୂର ଯାତ୍ରା କରିପାରୁଛି। ମାତ୍ର ୯ ସେକେଣ୍ଡ୍ରେ ଏହା ୧୦୦ କିମି ବେଗରେ ଆଗକୁ ଗଡ଼ିବାକୁ ପ୍ରସ୍ତୁତ ହୋଇଯାଉଛି। ଏହାର ଚାର୍ଜରକୁ ଘରେ କିମ୍ବା କର୍ମକ୍ଷେତ୍ରରେ ସ୍ଥାପନ କରାଯାଇପାରିବ ଓ ସାଢ଼େ ୬ ଘଣ୍ଟାରେ ଗାଡ଼ି ଚାର୍ଜ ହୋଇଯିବ। ଯେକୌଣସି ୫୦ କିଲୋୱାଟ ଡିଜି ଫାଷ୍ଟ ଚାର୍ଜରରେ ଏହା ୫୬ ମିନିଟ୍ରେ ୮୦% ଚାର୍ଜ ହୋଇଯିବ।
ଟାଟା ମୋଟର୍ସ ନୂଆ ନେକ୍ସନ ଇଭି ମ୍ୟାକ୍ସ
/sambad/media/post_attachments/wp-content/uploads/2022/05/f654hsf65h4sf654h654fh65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)