ଟାଟା ମୋଟର୍ସର ନୂଆ ‘ନେକ୍ସନ୍ ଇଭି ପ୍ରାଇମ୍‌’

ଭୁବନେଶ୍ବର: ଟାଟା ମୋଟର୍ସ ପକ୍ଷରୁ ନୂଆ ନେକ୍ସନ୍ ଇଭି ପ୍ରାଇମ୍‌କୁ ଉନ୍ମୋଚନ କରାଯାଇଛି। ତୃପ୍ତି ଟାଟା ମୋଟର୍ସର ପଟିଆ ଶାଖାରେ ଏହାକୁ ସଂସ୍ଥାର ବରିଷ୍ଠ ପ୍ରବନ୍ଧକ (ବିକ୍ରି ଓ ମାର୍କେଟିଂ-ଇଲେକ୍ଟ୍ରିକ୍ ଯାନ ବ୍ୟବସାୟ ୟୁନିଟ୍‌) ସବ୍ୟସାଚୀ ଦାସ, ତୃପ୍ତି ଏଣ୍ଟରପ୍ରାଇଜେସ୍‌ର ସିଇଓ ରଞ୍ଜନ କୁମାର ମହାପାତ୍ର, ଅଟୋ ସେଲ୍‌ସ ମୁଖ୍ୟ (ପୂର୍ବ) ଚିନ୍ମୟ ପାଢ଼ୀ, ଏରିଆ ସେଲ୍‌ସ ମ୍ୟାନେଜର (ସମ୍ପନ୍ନ ଡିଭିଜନ) ସତ୍ୟ ରଞ୍ଜନ ରାଉତ ଓ ଏଏସ୍‌ଏମ୍ (ଅଟୋ ଲୋନ୍‌ସ) ସୁଶିଲ ପ୍ରଧାନଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଛି। ନୂଆ ନେକ୍ସନ୍ ଇଭି ପ୍ରାଇମ୍‌ରେ ପର୍ମାନେଣ୍ଟ୍‌ ମ୍ୟାଗ୍‌ନେଟ୍‌ ସିଙ୍କ୍ରୋନସ ମୋଟର, ୩୦.୨ କିଲୋୱାଟ୍ ଲିଥିଅନ୍-ଆୟନ ବ୍ୟାଟେରି ପ୍ୟାକ୍ ରହିଛି। ଏହା ୯.୯ ସେକେଣ୍ଡ୍‌ରେ ଘଣ୍ଟା ପିଛା ୧୦୦ କିମି ବେଗରେ ଗତି କରିବାକୁ ପ୍ରସ୍ତୁତ ହୋଇଯିବ। ଏଥିରେ ସ୍ମାର୍ଟ ରିଜେନେରେଟିଭ୍ ବ୍ରେକିଂ ବ୍ୟବସ୍ଥା ମଧ୍ୟ ରହିଛି। କ୍ରୁଜ୍ କ‌ଣ୍ଟ୍ରୋଲ୍ ଓ ସ୍ମାର୍ଟୱାଚ୍‌ ସଂଯୋଗ ସୁବିଧା ମଧ୍ୟ ଏଥିରେ ରହିଛି। ଏହାର ବ୍ୟାଟେରି ୮୦ ମିନିଟ୍‌ରେ ୧୦%-୮୦% ଚାର୍ଜ ହୋଇଯିବ। କଂପାନି ପକ୍ଷରୁ ଏହାର ବ୍ୟାଟେରି ଓ ମୋଟର ଉପରେ ୮ ବର୍ଷ/ ୧.୬ ଲକ୍ଷ କିମିର ୱାରେଣ୍ଟି ପ୍ରଦାନ କରାଯାଉଛି। ଏହାକୁ ୫-ଷ୍ଟାର ରେଟିଂ ଥିବା ପ୍ଳାଟଫର୍ମରେ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର