ଭୁବନେଶ୍ବର : ଟାଟା ମୋଟର୍ସ ପକ୍ଷରୁ ନୂଆ ନେକ୍ସନ୍ ଇଭି ପ୍ରାଇମ୍କୁ ଉନ୍ମୋଚନ କରାଯାଇଛି। ତୃପ୍ତି ଟାଟା ମୋଟର୍ସର ପଟିଆ ଶାଖାରେ ଏହାକୁ ସଂସ୍ଥାର ବରିଷ୍ଠ ପ୍ରବନ୍ଧକ (ବିକ୍ରି ଓ ମାର୍କେଟିଂ-ଇଲେକ୍ଟ୍ରିକ୍ ଯାନ ବ୍ୟବସାୟ ୟୁନିଟ୍) ସବ୍ୟସାଚୀ ଦାସ, ତୃପ୍ତି ଏଣ୍ଟରପ୍ରାଇଜେସ୍ର ସିଇଓ ରଞ୍ଜନ କୁମାର ମହାପାତ୍ର, ଅଟୋ ସେଲ୍ସ ମୁଖ୍ୟ (ପୂର୍ବ) ଚିନ୍ମୟ ପାଢ଼ୀ, ଏରିଆ ସେଲ୍ସ ମ୍ୟାନେଜର (ସମ୍ପନ୍ନ ଡିଭିଜନ) ସତ୍ୟ ରଞ୍ଜନ ରାଉତ ଓ ଏଏସ୍ଏମ୍ (ଅଟୋ ଲୋନ୍ସ) ସୁଶିଲ ପ୍ରଧାନଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆ ନେକ୍ସନ୍ ଇଭି ପ୍ରାଇମ୍ରେ ପର୍ମାନେଣ୍ଟ୍ ମ୍ୟାଗ୍ନେଟ୍ ସିଙ୍କ୍ରୋନସ ମୋଟର, ୩୦.୨ କିଲୋୱାଟ୍ ଲିଥିଅନ୍-ଆୟନ ବ୍ୟାଟେରି ପ୍ୟାକ୍ ରହିଛି। ଏହା ୯.୯ ସେକେଣ୍ଡ୍ରେ ଘଣ୍ଟା ପିଛା ୧୦୦ କିମି ବେଗରେ ଗତି କରିବାକୁ ପ୍ରସ୍ତୁତ ହୋଇଯିବ। ଏଥିରେ ସ୍ମାର୍ଟ ରିଜେନେରେଟିଭ୍ ବ୍ରେକିଂ ବ୍ୟବସ୍ଥା ମଧ୍ୟ ରହିଛି। କ୍ରୁଜ୍ କଣ୍ଟ୍ରୋଲ୍ ଓ ସ୍ମାର୍ଟୱାଚ୍ ସଂଯୋଗ ସୁବିଧା ମଧ୍ୟ ଏଥିରେ ରହିଛି। ଏହାର ବ୍ୟାଟେରି ୮୦ ମିନିଟ୍ରେ ୧୦%-୮୦% ଚାର୍ଜ ହୋଇଯିବ। କଂପାନି ପକ୍ଷରୁ ଏହାର ବ୍ୟାଟେରି ଓ ମୋଟର ଉପରେ ୮ ବର୍ଷ/ ୧.୬ ଲକ୍ଷ କିମିର ୱାରେଣ୍ଟି ପ୍ରଦାନ କରାଯାଉଛି। ଏହାକୁ ୫-ଷ୍ଟାର ରେଟିଂ ଥିବା ପ୍ଳାଟଫର୍ମରେ ପ୍ରସ୍ତୁତ କରାଯାଇଛି।