କାର୍ ଦାମ୍ ବଢ଼ାଇବ ଟାଟା ମୋଟର୍ସ

ନୂଆଦିଲ୍ଲୀ: ଟାଟା ମୋଟର୍ସ ଏହାର କାର୍‌ଗୁଡ଼ିକର ଦାମ୍ ଜାନୁଆରି ୧୯ରୁ ବଢ଼ାଇବ। ଗାଡ଼ି ମୂଲ୍ୟରେ କଂପାନି ହାରାହାରି ଭାବେ ୦.୯% ବୃଦ୍ଧି କରିବ। ଯାନ ତିଆରିରେ ବ୍ୟବହାର ହେଉଥିବା କଞ୍ଚାମାଲ ମୂଲ୍ୟ ମହଙ୍ଗା ହୋଇଥିବାରୁ କଂପାନି ଦର ବଢ଼ାଇବାକୁ ବାଧ୍ୟ ହେଉଛି। ଟାଟା ମୋଟର୍ସ ଟିଆଗୋ, ପଞ୍ଚ ଓ ହାରିୟର ଭଳି ଲୋକପ୍ରିୟ ମଡେଲ୍‌ ବିକ୍ରି କରୁଛି। କିଛି ଦିନ ତଳେ ମାରୁତି ସୁଜୁକି ପକ୍ଷରୁ ମଧ୍ୟ ବିଭିନ୍ନ ମଡେଲ୍‌ ଦାମ୍‌ରେ ୪.୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ଘୋଷଣା କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ମାରୁତି ଚାରି ଥର ଗାଡ଼ି ଦାମ୍ ବଢ଼ାଇସାରିଲାଣି। ଗାଡ଼ି ତିଆରିରେ ବ୍ୟବହାର ହେଉଥିବା କଞ୍ଚାମାଲ ଯଥା ଇସ୍ପାତ, ଆଲୁମିନିୟମ, ତମ୍ବା, ପ୍ଲାଷ୍ଟିକ୍ ଆଦିର ଦାମ୍ ବଢ଼ୁଥିବାରୁ କଂପାନିଗୁଡ଼ିକ ଚୂଡ଼ାନ୍ତ ଉତ୍ପାଦ ଦାମ୍ ବଢ଼ାଉଥିବା କହିଛନ୍ତି।

ସମ୍ବନ୍ଧିତ ଖବର