ମୁକେଶ ଅମ୍ବାନୀ ଓ ଫ୍ଲିପକାର୍ଟକୁ ଟକ୍କର ଦେବାକୁ ବଜାରରେ ପାଦ ଥାପିଲା ଟାଟା

ନୂଆଦିଲ୍ଲୀ: ଇ-ବାଣିଜ୍ୟ କ୍ଷେତ୍ରରେ ରିଲାଏନ୍ସ, ଆମାଜନ ଏବଂ ଫ୍ଲିପକାର୍ଟକୁ ଟକ୍କର ଦେବାକୁ ଟାଟା ଗ୍ରୁପ ନିଜକୁ ପ୍ରସ୍ତୁତ କରୁଛି | ଟାଟା ସନ୍ସ ଏହାର ଇ-କମର୍ସ କମ୍ପାନୀ ଟାଟା ଡିଜିଟାଲରେ ୫,୮୮୨ କୋଟି ଟଙ୍କା ବିନିଯୋଗ କରିଛି | ଗୋଟିଏ ଆର୍ଥିକ ବର୍ଷରେ ଇ-ବାଣିଜ୍ୟ ବିଭାଗରେ ଟାଟା ଗ୍ରୁପ୍ ଦ୍ୱାରା ଏହା ସର୍ବବୃହତ ବିନିଯୋଗ ହୋଇଥିବାବେଳେ ୨୦୨୦-୨୨ ମସିହାରେ ଟାଟା ଡିଜିଟାଲରେ ୧୧,୮୭୨ କୋଟି ଟଙ୍କା ବିନିଯୋଗ ହୋଇଛି ବୋଲି ରିପୋର୍ଟ ମିଳିଛି । ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପ୍ ୭ ଏପ୍ରିଲରେ ଏହାର ସୁପର ଆପ୍ ଟାଟା ନ୍ୟୁ ଲଞ୍ଚ କରିଛି |

ଏହି ଆପରେ, ଉପଭୋକ୍ତାମାନେ ଗୋଟିଏ ପ୍ଲାଟଫର୍ମରେ ବିମାନ ବୁକିଂ ସହିତ ଅନେକ ସୁବିଧା ପାଇବେ | ଏହି ଆପ ମାଧ୍ୟମରେ ଏୟାର ଏସିଆ, ବିଗ୍ ବାସ୍କେଟ୍, କ୍ରୋମା, ଷ୍ଟାରବକ୍ସ, ଟାଟା ୧ ଏମଜି , ଟାଟା କ୍ଲିକ୍, ଟାଟା ପ୍ଲେ ଏବଂ ୱେଷ୍ଟ ସାଇଡ୍ ଭଳି ସମସ୍ତ ଟାଟା ଗ୍ରୁପ୍ ଇ-କମର୍ସ ପ୍ଲାଟଫର୍ମକୁ ଆପଣ ବ୍ୟବହାର କରିପାରିବେ |

ଏହାକୁ ନେଇ ଟାଟା ସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ କହିଛନ୍ତି ଯେ ଟାଟା ନ୍ୟୁ ହେଉଛି ଏକ ପ୍ଲାଟଫର୍ମ ଯାହା ଆମର ସମସ୍ତ ବ୍ରାଣ୍ଡକୁ ଗୋଟିଏ ଆପରେ ଏକାଠି କରିଥାଏ | ଏୟାର ଏସିଆ, ବିଗ୍ ବାସ୍କେଟ୍, କ୍ରୋମା, ଷ୍ଟାରବକ୍ସ, ଟାଟା ୧ ଏମଜି , ଟାଟା କ୍ଲିକ୍, ଟାଟା ପ୍ଲେ ଏବଂ ୱେଷ୍ଟ ସାଇଡ୍ ପ୍ଲାଟଫର୍ମ ଟାଟା ନ୍ୟୁ ଆପରେ ଥିବାବେଳେ ଭିଷ୍ଟାରା, ଏୟାର ଇଣ୍ଡିଆ, ଟାଇଟାନ, ତନିଶକ ଏବଂ ଟାଟା ମୋଟର୍ସ ମଧ୍ୟ ଏହି ଆପରେ ଶୀଘ୍ର ଯୋଗଦେବେ।

ସମ୍ବନ୍ଧିତ ଖବର