ଟାଟାର ନୂଆ ଟିଆଗୋ ଜେଡ୍‌ଏକ୍ସ+

ଭୁବନେଶ୍ବର: ଟାଟା ମୋଟର୍ସ ପକ୍ଷରୁ ନୂଆ ଟିଆଗୋ ଜେଡ୍‌ଏକ୍ସ+କୁ ଉନ୍ମୋଚନ କରାଯାଇଛି। ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେଉଛି ଏହି କାର୍ ଦୁଇଟି ନୂଆ ରଙ୍ଗ-କେନ୍ୟନ ଅରେଞ୍ଜ ଓ ଓସୋନ୍ ବ୍ଲୁ ସହ ବଜାରକୁ ଆସିଛି। ଏଥିରେ ୫ ସ୍ପିଡ୍‌ ମାନୁଆଲ୍ ଟ୍ରାନ୍ସମିସନ୍, ସିଙ୍ଗଲ୍ ଓ ଡୁଆଲ୍ ଟୋନ୍ ବାହ୍ୟ ପାର୍ଶ୍ବ ରହିଛି। ଚଳିତ ମାସ ୨୧ରୁ ଏହା ଟାଟା ମୋଟର୍ସ ଡିଲର୍‌ସିପ୍‌ରେ ଉପଲବ୍ଧ ହେଲାଣି। ଭୁବନେଶ୍ବରରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୫.୭୯ ଲକ୍ଷ ଟଙ୍କା ରହିଛି। ନୂଆ ଟିଆଗୋରେ ୭ ଇଞ୍ଚ୍‌ର ଟଚ୍‌ସ୍କ୍ରିନ୍ ପ୍ୟାନେଲ୍, ଆଣ୍ଡ୍ରଏଡ୍ ଅଟୋ କନେକ୍ଟିଭିଟି, ଭଏସ୍‌ କମାଣ୍ଡ୍‌, ସମ୍ପୂର୍ଣ୍ଣ ସ୍ବୟଂଚାଳିତ ତାପମାତ୍ରା ନିୟମନ୍ତ୍ରଣ ସୁବିଧା ଓ ପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ୍ ରହିଛି।

ସମ୍ବନ୍ଧିତ ଖବର