ଟାଟାର ନୂଆ ‘ଟିଆଗୋ ଏନ୍‌ଆର୍‌ଜି ’

ଭୁବନେଶ୍ୱର: ଟାଟା ମୋଟର୍ସ ପକ୍ଷରୁ ନୂଆ ଟିଆଗୋ ଏନର୍ଜିକୁ ଆଜି ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌୍‌ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଛି। ଏହାକୁ କଂପାନିର ଆର୍‌ଏମ୍‌(ବିକ୍ରି) ଶିଶିର ଶ୍ରୀବାସ୍ତବ ଓ ଆର୍‌ (ସର୍ଭିସ୍‌) ରମେଶନ ବର୍ଦ୍ଧରାଜନ ଉନ୍ମୋଚନ କରିଛନ୍ତି। ସହରାଞ୍ଚଳର ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଟିଆଗୋ ଏନ୍‌ଆର୍‌ଜିରେ ଅନେକ ବୈଶିଷ୍ଟ୍ୟ ସାମିଳ କରାଯାଇଛି। ନିରାପତ୍ତା ବ୍ୟବସ୍ଥା ଭାବେ ଏଥିରେ ଡୁଆଲ୍‌ ଫ୍ରଣ୍ଟ୍‌ ବ୍ୟାଗ୍‌, ରିଭର୍ସ ପାର୍କିଂ ସେନ୍‌ସର୍‌, ସ୍ମାର୍ଟ ପଛ ଓ୍ଵାଇପର୍‌, ଡ୍ରାଇଭର୍‌ ସିଟ୍‌ ବେଲ୍ଟ ରିମାଇଣ୍ଡର୍‌, ଇବିଡି ସହିତ ଏବିଏସ୍‌ ଓ ଫଲୋ ମି ହୋମ୍‌ ଲ୍ୟାମ୍ପ୍‌ ଭଳି ସୁବିଧା ରହିଛି। ଏହାର ଭିତର ଓ ବାହାର ପାର୍ଶ୍ୱରେ ଅନେକ ଆକର୍ଷଣୀୟ ବୈଶିଷ୍ଟ୍ୟ ବ୍ୟବହାର କରାଯାଇଛି। ଏଥିରେ ପାଞ୍ଚ ଇଞ୍ଚ୍‌ର ଟଚ୍‌ସ୍କ୍ରିନ୍‌ ଇନ୍‌ଫୋସିଷ୍ଟମ୍‌ ବ୍ୟବସ୍ଥା ମଧ୍ୟ ରହିଛି। ଏହା ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେଉଛି। ଏହା ମାଲାବାର୍‌ ସିଲ୍‌ଭର୍‌, କେନନ୍‌ ଅରେଞ୍ଜ୍‌ ଓ ଫୁଜି ହ୍ଵାଇଟ୍‌ ଭଳି ତିନିଟି ରଙ୍ଗରେ ଉପଲବ୍ଧ ହେଉଛି। ଏହି ଅବସରରେ ରାଜ ଭଟ୍ଟ ଓ ରୂପେନ୍ଦ୍ର ସିଦ୍ଧାର୍ଥ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର