ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ବଜାରରେ ଏସୟୁଭି କାରଗୁଡିକର ଚାହିଦା ସବୁଠାରୁ ଅଧିକ ରହିଛି | ଆଉ ଏଥିପାଇଁ କାର କମ୍ପାନୀଗୁଡିକ ସେମାନଙ୍କର ସବୁଠାରୁ ଅଧିକ ବିକ୍ରି ହେଉଥିବା ଏସୟୁଭିଗୁଡ଼ିକର ଅପଡେଟ୍ ଭର୍ସନ ଲଞ୍ଚ କରିବାକୁ ଲାଗିପଡିଛନ୍ତି | ଲୋକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀମାନେ ସେମାନଙ୍କ ଏସୟୁଭିରେ ପରିବର୍ତ୍ତନ କରୁଛନ୍ତି | ତେବେ ଗତ ଏପ୍ରିଲରେ ଏସୟୁଭି ବିକ୍ରିର ତଥ୍ୟ ସାମ୍ନାକୁ ଆସିଛି।

Advertisment

ଗତ ମାସରେ, ଟାଟାର ନେକ୍ସନ୍ ବିକ୍ରି ମାମଲାରେ ୧ ନମ୍ବର ସ୍ଥାନ ହାସଲ କରିଛି | ଏପ୍ରିଲ୍ ୨୦୨୩ରେ, ଟାଟା ନେକ୍ସନ୍ ର ମୋଟ ୧୫୦୦୨ ୟୁନିଟ୍ ବିକ୍ରି ହୋଇଥିଲା | ସେହିପରି ୧୪,୧୮୬ ୟୁନିଟ୍ ବିକ୍ରି ସହିତ ହୁଣ୍ଡାଇ କ୍ରେଟା ଦ୍ୱିତୀୟ ସ୍ଥାନରେ ଥିବାବେଳେ ମାରୁତି ସୁଜୁକି ମୋଟ ୧୧,୮୩୬ ୟୁନିଟ୍ ମାରୁତି ବ୍ରେଜା ବିକ୍ରି କରି ତୃତୀୟ ସ୍ଥାନରେ ଅଛି | ଉଲ୍ଲେଖ ଥାଉ କି ଟାଟା ନେକ୍ସନ୍ ଗ୍ଲୋବାଲ କ୍ରାସ୍ ପରୀକ୍ଷଣରେ ୫ ଷ୍ଟାର ରେଟିଙ୍ଗ ପାଇଥିବାବେଳେ ଏହା ଦେଶର ସବୁଠାରୁ ସୁରକ୍ଷିତ କମ୍ପାକ୍ଟ ଏସୟୁଭି କାର ମଧ୍ୟରୁ ଗୋଟିଏ | କିଛି ଦିନ ପରେ କମ୍ପାନୀ ନେକ୍ସନ୍ ର ଏକ ନୂତନ ଭର୍ସନ ଆଣିବାକୁ ଯାଉଛି | ଏହା ଆସନ୍ତା ଜୁଲାଇରେ ଆସିପାରେ। ବର୍ତ୍ତମାନ ନେକ୍ସନ୍ ରେ ୬ ସ୍ପିଡ୍ ମାନୁଆଲ୍ ଏବଂ ଅଟୋମେଟିକ୍ ଟ୍ରାନ୍ସମିସନର ଇଞ୍ଜିନ ଥିବାବେଳେ ଏହା ଲିଟର ପିଛା ୨୨ କିଲୋମିଟର ମାଇଲେଜ୍ ଦେଇଥାଏ |