ଆସନ୍ତା ବର୍ଷଠାରୁ ଛୋଟ ଡିଜେଲ କାର ବିକିବ ନାହିଁ ଟାଟା ମୋଟର୍ସ

ନୂଆଦିଲ୍ଲୀ : କେବଳ ମାରୁତି-ସୁଜୁକୀ ନୁହେଁ, ଦେଶର ଆଉଏକ ପ୍ରମୁଖ ଅଟୋମୋବାଇଲ କମ୍ପାନି ଟାଟା ମୋଟର୍ସ ମଧ୍ୟ ଆସନ୍ତା ବର୍ଷ ଅର୍ଥାତ ୨୦୨୦ରୁ ନିଜର ଛୋଟ ଡିଜେଲ କାର ଉତ୍ପାଦନ ଧୀରେ ଧୀରେ ବନ୍ଦ କରିଦେବ । ଆସନ୍ତା ବର୍ଷଠାରୁ ଦେଶରେ ବିଏସ-୬ ପ୍ରଦୂଷଣ ନିୟମ ଲାଗୁ ହେବାକୁ ଥିବାବେଳେ ଏହି ମାନଦଣ୍ଡକୁ ପାଳନ କରି ଡିଜେଲ ମଡେଲ ଛାଡିବା ବେଶ ମହଙ୍ଗା ହୋଇଯିବ ବୋଲି କମ୍ପାନି ମନେ କରୁଛି । କମ୍ପାନି ଏବେ ଟିଗୋର, ଟିଆଗୋ, ବୋଲଟ, ଜେଷ୍ଟ ପରି ଡିଜେଲ ମଡେଲ ବିକ୍ରି କରୁଛି । ଏଣୁ ଏହି ମଡେଲଗୁଡିକ ଆସନ୍ତା ୨୦୨୦ ଏପ୍ରିଲ ପରଠାରୁ ଆଉ ଉତ୍ପାଦନ ହେବ ନାହିଁ ।

ଗତ ଏପ୍ରିଲ ୨୫ରେ ଦେଶର ସବୁଠୁ ଅଧିକ କାର ବିକ୍ରି କରୁଥିବା କମ୍ପାନି ମାରୁତି ସୁଜୁକୀ ଘୋଷଣା କରିଥିଲା ଯେ ଆସନ୍ତା ୨୦୨୦ ଏପ୍ରିଲ ୧ ପରଠାରୁ ଆଉ କୌଣସି ଡିଜେଲ କାର ବିକ୍ରି କରିବ ନାହିଁ । ଏ ସଂପର୍କରେ କମ୍ପାନିର ଅଧ୍ୟକ୍ଷ ଆରସି ଭାର୍ଗବ ଘୋଷଣା କରିଥିଲେ। ଏବେ କମ୍ପାନି ବିକ୍ରି କରୁଥିବା କାର ମଧ୍ୟରୁ ୨୩ ପ୍ରତିଶତ ହେଉଛି ଡିଜେଲ କାର ।

ସମ୍ବନ୍ଧିତ ଖବର