ଭୁବନେଶ୍ୱର: ଟାଟା ପାୱାର ଓଡ଼ିଶା (Odisha)ରେ ଏକ ୧୦ ଗିଗାୱାଟ୍ ଶକ୍ତି ସମ୍ପର୍ଣ୍ଣ ଇଂଗଟ- ଏବଂ-ୱେଫର୍ସ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ପାଇଁ ଓଡ଼ିଶା ସରକାରଙ୍କ ସହିତ ଆଲୋଚନା କରୁଛି। ପ୍ରସ୍ତାବିତ ପ୍ରକଳ୍ପ ବାବଦକୁ କମ୍ପାନୀ ପକ୍ଷରୁ ପ୍ରାୟ ୧୦,୦୦୦ କୋଟି ଟଙ୍କା ନିବେଶ (Investments) କରିବାକୁ ଯୋଜନା କରାଯାଉଛି ବୋଲି ଏକ ଜାତୀୟ ସ୍ତରୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି।
ଇଂଗଟ- ଏବଂ-ୱେଫର୍ସ ହେଉଛି, ସୌର ସେଲ୍ ଏବଂ ମଡ୍ୟୁଲ୍ ଉତ୍ପାଦନରେ ବ୍ୟବହୃତ ପ୍ରମୁଖ କଞ୍ଚାମାଲ ଏବଂ ଏହା ମଧ୍ୟ ସେମିକଣ୍ଡକ୍ଟର ଚିପ୍ସ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ।
ଟାଟା ପାୱାରର ବର୍ତ୍ତମାନ ସେଲ୍ ଏବଂ ମଡ୍ୟୁଲ୍ ଉତ୍ପାଦନ କ୍ଷମତା ୪.୫୫ ଗିଗାୱାଟ୍ ରହିଛି, ଘରୋଇ ବ୍ୟବହାର ଏବଂ ରପ୍ତାନି ବଜାର ଉଭୟ ପାଇଁ ଏହାର ସୌର ସେଲ୍ ଏବଂ ପ୍ୟାନେଲ୍ ଉତ୍ପାଦନରେ ଇଂଗଟ୍ ଏବଂ ୱେଫର୍ସକୁ ଏକୀକୃତ କରିବାକୁ ଲକ୍ଷ୍ୟ ରଖିଛି।
ଆହୁରି ପଢନ୍ତୁ : President Droupadi Murmu: ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଟାଟା ପାୱାର ଏଥିପାଇଁ ଦୁଇଟି ସମ୍ଭାବ୍ୟ ସ୍ଥାନକୁ ଚୟନ ପ୍ରକ୍ରିୟାରେ ସାମିଲ କରିଛି – ସେଗୁଡିକ ହେଲା ଯଥାକ୍ରମେ ଗୋପାଳପୁର ଏବଂ କଟକ – ଉଭୟ ବନ୍ଦର ନିକଟତର ସ୍ଥାନ, ଏଥିପାଇଁ ସ୍ଥାନଗୁଡ଼ିକର ଇଂଗଟ୍ ଏବଂ ୱେଫର୍ସ ଉତ୍ପାଦନ ସୁବିଧା ପାଇଁ ମୂଲ୍ୟାଙ୍କନ କରାଯାଉଥିବା ସୂଚ଼ନା ରହିଛି।
ଗୋପାଳପୁରରେ, ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ପୂର୍ବ ଉପକୂଳରେ ଗୋପାଳପୁର ଶିଳ୍ପ ପାର୍କ ବିକଶିତ କରୁଛି। ଏହା ସ୍ଥାନ ଚୟନ ପ୍ରକ୍ରିୟାକୁ ଆହୁରି ସୁଦୃଢ କରୁଛି।
ବାଣିଜ୍ୟ : ସେନ୍ସେକ୍ସରେ ୧୦୨୩ ପଏଣ୍ଟ ବୃଦ୍ଧି: ନିବେଶକଙ୍କୁ ୬ ଲକ୍ଷ କୋଟି ଫାଇଦା
ଏହିଦିଗରେ ଟାଟା ପାୱାର ପକ୍ଷରୁ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ ମଧ୍ୟ ଟାଟା ପାୱାରର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ପ୍ରବୀର ସିହ୍ନା ନଭେମ୍ବର ୧୧ ରେ କହିଥିଲେ ଯେ କମ୍ପାନୀ ୧୦ ଗିଗାୱାଟ୍ ଇଂଗଟ୍ ଏବଂ ୱେଫର୍ସ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଯୋଜନା କରୁଛି ଏବଂ ଏଥିପାଇଁ ଏକ ସ୍ଥାନ ଚୂଡ଼ାନ୍ତ କରିବା ପ୍ରକ୍ରିୟାରେ ରହିଛି ବୋଲି ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/27/tata-power-2025-11-27-17-11-31.jpg)