ନୂଆଦିଲ୍ଲୀ: ଟାଟା ଗ୍ରୁପ୍ର ମୁଖ୍ୟ ରତନ ଟାଟା ଓ କର୍ପୋରେଟ୍ ଲବିଷ୍ଟ୍ ନୀରା ରାଡ଼ିଆଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତାଳାପର ଅଡିଓ ଟେପ୍ ଲିକ୍ ହୋଇଥିଲା। ତାହାକୁ ସାର୍ବଜନୀନ ନକରିବା ଲାଗି ନିବେଦନ କରି ଟାଟା ଯେଉଁ ଆବେଦନ କରିଥିଲେ ତାହାର ଶୁଣାଣି ଦୀର୍ଘ ୮ ବର୍ଷ ପରେ ଆରମ୍ଭ ହେବ। ୨୦୧୦ରେ ଏହି ଅଡିଓ ଟେପ୍ ଲିକ୍ ହୋଇଥିଲା। ତାହାକୁ ନେଇ ସୁପ୍ରିମ୍କୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା। ଗୋଟିଏ ଟାଟା ନିଜେ କରିଥିବା ବେଳେ ଅନ୍ୟ ଆବେଦନ ଏକ ଏନ୍ଜିଓ ‘ସିପିଆଇଏଲ୍’ କରିଛି। ଅଡିଓ ଟେପ୍କୁ ସାର୍ବଜନୀନ କରାଯାଉ ବୋଲି ଦାବି କରି ଏନ୍ଜିଓ ତରଫରୁ ଆବେଦନ କରାଯାଇଛି। ୨୦୧୧ରେ ଟାଟା ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। ସେହି ମାମଲା ଉପରେ ଶେଷ ଥର ପାଇଁ ୨୦୧୪ରେ ଶୁଣାଣି ହୋଇଥିଲା। ଦୀର୍ଘ ଆଠ ବର୍ଷ ପରେ ପୁଣି ଥରେ ମାମଲା ଶୁଣାଣି ଚାଲିବ। ନୀରା ରାଡ଼ିଆ ବେଶ୍ ପ୍ରଭାବଶାଳୀ ମହିଳା ଥିଲେ। ସେ ଦେଶର ବହୁ ରାଜନେତା, ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ବଡ଼ ବଡ଼ କାମ କରୁଥିଲେ। ଟାଟାଙ୍କ ସହ ତାଙ୍କ ବାର୍ତାଳାପ ଲିକ୍ ହେବା ପରେ ନୀରାଙ୍କ ପ୍ରଭାବ ସମ୍ପର୍କରେ ଜଣାପଡ଼ିଥିଲା। ଏହାପରେ ସେ ନିଜ ଜନ ସମ୍ପର୍କ ଏଜେନ୍ସି ବୈଷ୍ଣବୀ କର୍ପୋରେଟ୍ କମ୍ୟୁନିକେସନକୁ ସବୁ ଦିନ ପାଇଁ ବନ୍ଦ କରିଦେଇଥିଲେ। ତାଙ୍କ ସଂସ୍ଥା ରିଲାଏନ୍ସ, ଟାଟା ଓ ୟୁନିଟେକ୍ ଭଳି ସଂସ୍ଥା ପାଇଁ କାମ କରୁଥିଲା।
୮ ବର୍ଷ ପରେ ସୁପ୍ରିମକୋର୍ଟରେ ଟାଟା-ରାଡ଼ିଆ ମାମଲାର ଶୁଣାଣି
/sambad/media/post_attachments/wp-content/uploads/2022/09/5f6465fh4s65fh456hffh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)