ନୂଆଦିଲ୍ଲୀ: ଦେଶବାସୀଙ୍କୁ ଏସ୍ୟୁଭି ଗାଡ଼ିର ଅନୁଭୂତି ଏବଂ ଆନନ୍ଦ ଦେଇଥିବା ପ୍ରଥମ ଗାଡ଼ି ଥିଲା ଟାଟା ସଫାରି। ଏହା ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ଓ ଗ୍ରହଣୀୟ ଥିଲା। କିଛି ବର୍ଷ ସଡ଼କରେ ରାଜୁତି କରିବା ପରେ ଏହା ଏକ ପ୍ରକାର ଉଭାନ ହୋଇଯାଇଥିଲା। ସଫାରିକୁ ନୂଆ ରୂପରେ ଫେରାଇ ଆଣିବା ପାଇଁ ଟାଟା ମୋଟର୍ସ ପ୍ରୟାସ କରୁଛି। ଏହାକୁ ଅଧିକ ଆକର୍ଷଣୀୟ ଏବଂ ଗ୍ଲାମରସ୍ କରାଯାଇଛି। ବର୍ତ୍ତମାନ ଏହାର କୋଡ୍ ନାମ ଗ୍ରାଭିଟାସ୍ ରହିଛି। ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଟାଟା ସଫାରି ଥିବା ସମ୍ମାନ ଓ ପ୍ରଦର୍ଶନର ପ୍ରତୀକ। ନିଜର ସେହି ସମୃଦ୍ଧ ପରମ୍ପରାକୁ ନୂଆ ରୂପରେ ଆଗକୁ ବଢ଼ାଇବ ସଫାରି। ସ୍ବତନ୍ତ୍ର ଅନୁଭୂତି ଓ ରୋମାଞ୍ଚକୁ ପସନ୍ଦ କରୁଥିବା ଗ୍ରାହକମାନଙ୍କୁ ନୂଆ ସଫାରି ବହୁତ ଭଲ ଲାଗିବ ବୋଲି ଟାଟା ମୋଟର୍ସର ସଭାପତି (ଯାତ୍ରୀବାହୀ ଯାନ ବ୍ୟବସାୟ ୟୁନିଟ୍) ଶୈଳେନ୍ଦ୍ର ଚନ୍ଦ୍ର କହିଛନ୍ତି। ଏକ ଏସ୍ୟୁଭିରେ ଡିଜାଇନ୍, ବିବିଧତା, ଆରାମ ଓ ଆଧୁନିକ ଛାପ ଖୋଜୁଥିବା ଗ୍ରାହକଙ୍କ ଆବଶ୍ୟକତାକୁ ନୂଆ ସଫାରି ପୂରଣ କରିବ। ଲ୍ୟାଣ୍ଡ୍ରୋଭର୍ର ଡି ପ୍ଲାଟଫର୍ମ ଉପରେ ଏହା ପର୍ଯ୍ୟବେସିତ। ଏଥିରେ ଅଲ୍ ହ୍ବିଲ୍ (ସବୁ ଚକ) ଡ୍ରାଇଭ୍ ବ୍ୟବସ୍ଥା ବ୍ୟବହାର କରାଯାଇଛି।
ନୂଆ ରୂପରେ ଫେରିବ ଟାଟା ସଫାରି
/sambad/media/post_attachments/wp-content/uploads/2021/01/adh9hd4hda4hd56a456adhdhdhdhdh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)