ନୂଆଦିଲ୍ଲୀ : ଡିଟିଏସ ସେବା ପ୍ରଦାନକାରୀ ଟାଟା ସ୍କାଏ ଉଭୟ ଷ୍ଟାଣ୍ଡାର୍ଡ ଡେଫିନେସନ(ଏସଡି) ଏବଂ ହାଇ ଡେଫିନେସନ(ଏଚଡି) ସେଟ୍ଅପ୍ ବକ୍ସ ମୁଲ୍ୟ ଉପରେ ୪୦୦ ଟଙ୍କା ହ୍ରାସ କରିଛନ୍ତି । ଏହି ପରିବର୍ତ୍ତିତ ମୁଲ୍ୟ ଦ୍ୱାରା ଟାଟା ସ୍କାଏ ଏସଡି ଓ ଏଚଡି ସେଟ୍ଅପ୍ ବକ୍ସ ବର୍ତ୍ତମାନ୧୬୦୦ ଏବଂ ୧୮୦୦ ଟଙ୍କାରେ ଉପଲବ୍ଧ ହୋଇପାରିବ । ଦେଶର କୋଣ ଅନୁକୋଣରେ ଥିବା ଦର୍ଶକ ମାନଙ୍କ ପାଖରେ ଏହି ସୁବିଧା ପହଞ୍ଚାଇବା ଟାଟା ସ୍କାଏର ମୁଖ୍ୟ ଉଦେ୍ଦଶ୍ୟ ଅଟେ ।
ଏଭଳି ଏକ ପଦକ୍ଷେପ ଦ୍ୱାରା ଟାଟା ସ୍କାଏ ଦେଶର ପ୍ରତ୍ୟେକ ପରିବାରରେ ଡିଜିିଟାଲ୍ କ୍ୱାଲିଟି ଚ୍ୟାନେଲ ଓ ସେବା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ।
ଟାଟା ସ୍କାଏର ନୂତନ ମୁଲ୍ୟର ସେଟ୍ଅପ୍ ବକ୍ସ ବର୍ତ୍ତମାନ ଦେଶର ବିଭିନ୍ନ ସହର ଓ ଗ୍ରାମ ଗୁଡିକରେ ସ୍ଥାନୀୟ ଡିଲର ଓ ଖୁଚୁରା ବ୍ୟବସାୟୀ ମାଧ୍ୟମରେ ଉପଲବ୍ଧ ହେଉଛି । ଗା୍ରହକ ମାନଙ୍କୁ ତାଙ୍କ ଇଛା ମୁତାବକ ଟେଲରମେଡ୍ ପ୍ୟାକ୍, ଆ-ଲା-କାର୍ଟେ ଚ୍ୟାନେଲ ଇତ୍ୟାଦି ଚୟନ କରିବାର ସୁବିଧା ଯୋଗାଇ ଦିଆଯାଇଛି ।