ଟାଟା ସ୍କାଏ ଆରମ୍ଭ କଲା ୱାର୍ଲଡ୍‌ ସ୍କ୍ରିନ୍‌ ସେବା, ଦେଖିହେବ ବିଶ୍ୱର ଲୋକପ୍ରିୟ ସିନେମା ଓ ସୋ’

ଭୁବନେଶ୍ୱର : ଭାରତର ଅଗ୍ରଣୀ ଡିଟିଏଚ୍‌ ସଂସ୍ଥା ଟାଟା ସ୍କାଏ ପକ୍ଷରୁ ୱାର୍ଲଡ୍‌ ସ୍କ୍ରିନ୍‌ ସେବା ଆରମ୍ଭ କରାଯାଇଛି। ଏହି ସେବା ଜରିଆରେ ଦର୍ଶକମାନେ ବିଶ୍ୱର ବିଭିନ୍ନ ଭାଷାରେ ବଛା ବଛା ସିନେମା ଓ ସୋ’ ଦେଖିବାର ସୁଯୋଗ ପାଇବେ। ଦର୍ଶକମାନଙ୍କ ନିକଟରେ ଅନ୍ତର୍ଜାତିକ ମନୋରଞ୍ଜନ ପହଞ୍ଚାଇବା ପାଇଁ ଟାଟା ସ୍କାଏ ପକ୍ଷରୁ ଏହି ଉଦ୍ୟମ କରାଯାଇଛି ।

ଅରୁଣ ଉନ୍ନି, ଚିଫ୍‌ କଣ୍ଟେଣ୍ଟ ଅଫିସର-ଟାଟା ସ୍କାଏ କହିଛନ୍ତି ଯେ, ‘ଟାଟା ସ୍କାଏ ୱାର୍ଲଡ୍‌ ସ୍କ୍ରିନ୍‌ ଉନ୍ମୋଚନ ସହିତ ଆମେ କେବଳ ହଲିଉଡ୍‌ ନୁହେଁ ସମଗ୍ର ବିଶ୍ୱର ୬୫୦ ରୁ ଅଧିକ ଘଣ୍ଟାର ଶ୍ରେଷ୍ଠ କାହାଣୀଗୁଡ଼ିକୁ ବିଜ୍ଞାପନମୁକ୍ତ ଭାବେ ପ୍ରଦର୍ଶିତ କରିବୁ। ଆମର ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଦର୍ଶକଙ୍କ ବ୍ୟବହାର ଢ଼ାଞ୍ଚା ବଦଳିଛି ଓ ସେମାନେ ଭିନ୍ନ ଓ ଆକର୍ଷଣୀୟ ବିଷୟବସ୍ତୁ ଚାହୁଁଛନ୍ତି ଯାହା ଭାଷା ଦ୍ୱାରା ସୀମା ବଦ୍ଧ ହୋଇନଥିବ। ଆମେ ବାଛିଥିବା ତାଲିକାରେ ରହିଛି ବିଶ୍ୱର ବହୁତ ଲୋକପ୍ରିୟ ଓ ପ୍ରଶଂସାଯୋଗ୍ୟ ସିନେମା ଓ ଟିଭି ସୋ’। ସେଥି ମଧ୍ୟରୁ ଅଧିକାଂଶ ଭାରତରେ ଟିଭିରେ କେବେ ଦେଖିବାକୁ ମିଳିନଥିଲା।’’

ପ୍ରଥମ ଥର ପାଇଁ ଦେଶରେ କୌଣସି ଡିଟିଏଚ୍‌ ସଂସ୍ଥା ପକ୍ଷରୁ ବିଜ୍ଞାପନମୁକ୍ତ ସେବା ଆରମ୍ଭ କରାଯାଇଛି । ଟାଟା ସ୍କାଏ ଏ କ୍ଷେତ୍ରରେ ଅଗ୍ରଦୂତ ସାଜିଛି । ଏହି ସେବାରେ ସବ୍‌ସ୍କ୍ରାଇବରମାନେ ବିଶ୍ୱର ବିଭିନ୍ନ ସିରିଜ୍‌ ଓ ସିନେମା ଚୟନ କରିପାରିବେ। ଏହା ଚବିଶ ଘଂଟା ଉପଲବ୍ଧ ହେବ। ସବସ୍କ୍ରାଇବରମାନେ ଏହି ବିଷୟବସ୍ତୁକୁ ନିଜ ଟିଭି, ଏସ୍‌ଟିବି, ଟାଟା ସ୍କାଏ ମୋବାଇଲ୍‌ ଆପ୍‌ ଓ ଟାଟା ସ୍କାଏ ୱେବ୍‌ ଆପ୍‌ରେ ହାସଲ କରିପାରିବେ। ଟାଟା ସ୍କାଏ ୱାର୍ଲଡ୍‌ ସ୍କ୍ରିନ୍‌ରେ ଆରବୀ, ରୁଷିଆ, ସ୍ପେନ୍‌, ବେଲଜିୟମ, ଇସ୍ରାଏଲ, କ୍ୟୁବା, ଜର୍ମାନ, ଫ୍ରାନ୍ସ, ଇଟାଲି, ପର୍ତୁଗିଜ, ହିନ୍ଦୀ, ଜାପାନ, ଚୀନ୍‌ ଓ କୋରିଆର ଆଞ୍ଚଳିକ ଭାଷାରେ ସିନେମା ଓ ଟିଭି ସୋ’ ଉପଲବ୍ଧ ହେବ। ଇଂରାଜି ଭିନ୍ନ ଅନ୍ୟ ଭାଷାର ବିଷୟରେ ସବ୍‌ ଟାଇଟଲ୍‌ ରହିବ। କିଛି ବିଷୟ ଇଂରାଜିରେ ଡବିଂ ହୋଇ ମଧ୍ୟ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର