ଟାଟାର ସୋଲାର ରୁଫ୍‌ ଟପ୍ ଅଭିଯାନ

ଭୁବନେଶ୍ବର: ଟାଟା ସୋଲାର ପାୱାର ପକ୍ଷରୁ ପୁରୀ ଠାରେ ଆବାସିକ ସୋଲାର ରୁଫ୍‌ ଟପ୍ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନକୁ କଂପାନି ଦେଶର ୧୦୦ରୁ ଅଧିକ ସହରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ‌ସୋଲାର୍‌ ରୁଫ୍‌ ଟପ୍ ଅଭିଯାନରେ କଂପାନି ତରଫରୁ ଲୋକମାନଙ୍କୁ ଛାତରେ ସୌର ଶକ୍ତି ସମାଧାନ ସ୍ଥାପନ କରିବାକୁ ଉତ୍ସାହିତ କରାଯିବ। ଏହା ଦ୍ବାରା କିଭଳି ସଞ୍ଚୟ ହେବ ତାହା ଲୋକମାନଙ୍କୁ ଅବଗତ କରାଯିବ। ରାଜ୍ୟ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଏହି ଅଭିଯାନ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର