ଆଇନଗତ ପଦକ୍ଷେପ ନେବୁ: ଟାଟା

ଜାତୀୟ କଂପାନି ଲ’ ଆପିଲିଟ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଏଟି) ଦେଇଥିବା ରାୟ ମିଳିଛି ଏବଂ ତାହାକୁ ଅନୁଧ୍ୟାନ କରୁଛୁ ବୋଲି ଟାଟା ସନ୍ସ ପକ୍ଷରୁ କୁହାଯାଇଛି। ଟାଟା ସନ୍ସର ଅଂଶଧନକାରୀ ଏ‌ବଂ ତାଲିକାଭୁକ୍ତ ଟାଟାର କଂପାନିଗୁଡ଼ିକ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଉପରେ ଏହା କିଭଳି ପ୍ରଭାବ ରହିବ ତାହା ସ୍ପଷ୍ଟ ହୋଇନାହିଁ। ଆବେଦନକାରୀଙ୍କ ଆବେଦନ ତୁଳନାରେ ଏନ୍‌ସିଏଲଏଟିଙ୍କ ରାୟର ପ୍ରଭାବ ବହୁତ ଅଧିକ ରହିଛି। ଏହି ମାମଲାର ଦୃଢ଼ତା ଉପରେ ଟାଟା ସନ୍ସର ଦୃଢ଼ ବିଶ୍ବାସ ରହିଛି ଏବଂ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ଟାଟା ସନ୍ସ ଏହାର ଅଂଶଧନକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଛି ଯେ, ଏହା ସର୍ବଦା ନିରପେକ୍ଷ ଓ ସମାନତା ଢଙ୍ଗରେ ପରିଚାଳିତ ହେଉଛି ଏବଂ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରୁଛି ଏବଂ ଆଗକୁ ମଧ୍ୟ ସେହି ଧାରା ଜାରି ରଖିବ ବୋଲି ଟାଟା ସନ୍ସ ପକ୍ଷରୁ କୁହାଯାଇଛି।

ଘଟଣାକ୍ରମ

୨୦୧୬ ଅକ୍ଟୋବର ୧୦: ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ସାଇରସ୍‌ଙ୍କୁ ବରଖାସ୍ତ। ରତନ ଟାଟା ହେଲେ ନୂଆ ଅନ୍ତରୀଣ ଅଧ୍ୟକ୍ଷ। ଟାଟା ଗ୍ରୁପ୍‌ର ଦୁର୍ବଳ ପ୍ରଦର୍ଶନକୁ କାରଣ ଭାବେ ଦର୍ଶାଇ ସାଇରସ୍‌ଙ୍କୁ ବିଦା କରାଯାଇଥିଲା
୨୦୧୭ ଫେବ୍ରୁଆରି ୨୦: ଟିସିଏସ୍‌ ସିଇଓ ଏନ୍‌ ଚନ୍ଦ୍ରଶେଖରନଙ୍କୁ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ପଦରେ ନିଯୁକ୍ତି
୨୦୧୭ ସେପ୍ଟେମ୍ବର ୧୫: ନିଜକୁ ଘରୋଇ କଂପାନିରେ ପରିଣତ କରିବା ଲାଗି ଅଂଶଧନକାରୀଙ୍କ ଅନୁମତି ଲୋଡ଼ିଲା ଟାଟା। ଉକ୍ତ ପଦକ୍ଷେପକୁ ସାଇରସ୍‌ଙ୍କ ବିରୋଧ
୨୦୧୮ ଜୁଲାଇ ୯: ସାଇରସ୍‌ଙ୍କ ଆବେଦନକୁ ଖାରଜ କଲେ ଏନ୍‌ସିଏଲ୍‌ଟି ମୁମ୍ବାଇ। ଟାଟା ସନ୍ସ ସପକ୍ଷରେ ରାୟ। ଟାଟାକୁ ଘରୋଇ କଂପାନିରେ ପରିଣତ କରିବା ପଦକ୍ଷେପ ସଂଖ୍ୟାଲଘୁ ନିବେଶକଙ୍କ ଅଧିକାରକୁ ଦମନ ବୋଲି ସାଇରସ୍‌ କହିଥିଲେ
୨୦୧୮ ଅଗଷ୍ଟ ୩: ଏନ୍‌ସିଏଲ୍‌ଟିର ରାୟ ବିରୋଧରେ ଏନ୍‌ସିଏଲ୍‌ଏଟିରେ ସାଇରସ୍‌ଙ୍କ ଆବେଦନ

ସମ୍ବନ୍ଧିତ ଖବର