କୋଲକାତା: ଉଷା ମାର୍ଟିନ୍‌ର ଇସ୍ପାତ କାରବାରକୁ ଟାଟା ସ୍ପଞ୍ଜ୍‌ ଜରିଆରେ ୪୭୦୦ କୋଟି ଟଙ୍କାରେ କିଣିବାକୁ ଟାଟା ଷ୍ଟିଲ୍‌ ଯୋଜନା ପ୍ରସ୍ତୁତ କରିଛି। ଉଷା ମାର୍ଟିନ୍‌ର ଜାମସେଦପୁରରେ ଏକ ନିୟୁତ ଟନ୍ ବିଶିଷ୍ଟ ଏକ କାରଖାନା ଥିବା ବେଳେ ନିଜସ୍ବ ଲୁହା ପଥର ଖଣି, ବିକଶିତ ହେଉଥିବା ଏକ କୋଇଲା ଖଣି ଓ ପାୱାର ପ୍ଲାଣ୍ଟ୍ ରହିଛି। ଟାଟା ଷ୍ଟିଲ୍ ଏହାର ଉତ୍ପାଦନ କ୍ଷମତାକୁ ୨୦୨୨ ସୁଦ୍ଧା ଦ୍ବିଗୁଣିତ କରିବାକୁ ଯୋଜନା ରଖିଛି। ଏହାର ଅଂଶ ସ୍ବରୂପ କଂପାନି ପକ୍ଷରୁ ଉଷା ମାର୍ଟିନ୍‌କୁ କିଣିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଟାଟା ସ୍ପଞ୍ଜ୍‌ ଉପରେ କୌଣସି ଋଣ ବୋଝ ନାହିଁ। ଏହା ପାଖରେ ୬୭୦ କୋଟି ଟଙ୍କାର ନଗଦ ରାଶି ଭଣ୍ଡାର ରହିଛି। ତେବେ ଉଷା ମାର୍ଟିନ୍‌କୁ କିଣିବା ନିମନ୍ତେ ପାଣ୍ଠି ‌େଯାଗାଡ଼ କରିବାକୁ ଟାଟା ଷ୍ଟିଲ୍‌ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ରାଇଟ୍‌ ଇସ୍ୟୁ ଓ ବାହ୍ୟ ଋଣ ଜରିଆରେ ଏହା ପାଣ୍ଠି ଯୋଗାଡ଼ କରିବ। ଆସନ୍ତା ନଅ ମାସ ଭିତ‌ରେ ଏହି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବ।