ଭୁବନେଶ୍ବର : ଅଂଚଳରେ ନିରନ୍ତର ଜୀବନଜୀବିକାର ପ୍ରସାର କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ କିଚେନ୍ ଗାର୍ଡେନ୍ ସ୍ଥାପନ କରିବା ଲାଗି ଗତ ତିନି ମାସ ଧରି ଗୁଆଲି ଗ୍ରାମ ପଂଚାୟତର ୧୫୦ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି ।

Advertisment

କିଚେନ୍ ଗାର୍ଡେନ୍ର ଗୁରୁତ୍ୱ ବହୁଗୁଣା ରହିଛି । ଏହା କମ୍ ବ୍ୟୟବହୁଳ, ନିୟମିତ ଓ ହାତ ପାଆନ୍ତାରେ ସତେଜ ପନିପରିବା ଯୋଗାଣକୁ ନିଶ୍ଚିତ କରୁଛି ଯାହା ହେଉଛି ପୁଷ୍ଟିର ମୂଳ ଆଧାର । ସବୁଜ ପନିପରିବାରେ ରହିଛି ଭିଟାମିନ୍, ଖଣିଜ ଓ ଅଣୁ ପୋଷକ ତତ୍ୱ ଯାହା ଲୋକମାନଙ୍କୁ ରୋଗ ବିରୋଧରେ ସୁରକ୍ଷା ପ୍ରଦାନ କରିବ । ଗୁଆଲି ଗ୍ରାମ ପଂଚାୟତରେ ଏହି ଧରଣର ଚାଷ ବେଶ୍ ଲୋକପ୍ରିୟ ହୋଇପାରିଛି ।

କିଚେନ୍ ଗାର୍ଡେନିଂ ପାଇଁ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ବ୍ୟତୀତ ସହାୟତାର ଅଂଶ ସ୍ୱରୂପ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ପରିବାରଗୁଡ଼ିକୁ ବାଡ଼ ଲାଗି ଜାଲ ଓ ବିହନ ଆଦି ପ୍ରଦାନ କରାଯାଉଛି ।