ଭୁବନେଶ୍ବର: ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଥିବା ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍ଇଜେଡ୍) ଆଂଶିକ ବାତିଲ ପାଇଁ ଟାଟା ଷ୍ଟିଲ୍ ଏସ୍ଇଜେଡ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲୋଡ଼ାଯାଇଛି। ପୂର୍ବରୁ ଗୋପାଳପୁର ଏସ୍ଇଜେଡ୍ ନାମରେ ପରିଚିତ ଏହି ଏସ୍ଇଜେଡ୍ରେ ୫୮୮.୬୫ ହେକ୍ଟର ଜମି ରହିଛି। ସେଥିରୁ ୨୮୨.୭୩ ହେକ୍ଟର୍ର ଅଧିସୂଚନା ବାତିଲ କରିବା ଲାଗି ଟାଟା ଷ୍ଟିଲ୍ ଏସ୍ଇଜେଡ୍ ଆବେଦନ କରିଥିଲା। ବାଣିଜ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃ ମନ୍ତ୍ରୀ ଗୋଷ୍ଠୀ ସେହି ଆବେଦନଗୁଡ଼ିକ ଉପରେ ଚଳିତ ମାସ ୯ରେ ହେବାକୁ ଥିବା ବୈଠକରେ ବିଚାର କରିବ।
ଏ ସମ୍ପର୍କରେ ଟାଟା ଷ୍ଟିଲ୍ ଏସ୍ଇଜେଡ୍ ଲିମିଟେଡ୍ ପକ୍ଷରୁ କୁହାଯାଇଛି ଯେ ଘରୋଇ ଚାହିଦା ପୂରଣ କରିବା ଲାଗି ଡିଟିଏ ଅଞ୍ଚଳରେ ନିଜ ଶିଳ୍ପ ସ୍ଥାପନ କରିବାକୁ ବିଭିନ୍ନ କମ୍ପାନି ଆଗ୍ରହ ଦେଖାଇଛନ୍ତି। ତାହାକୁ ଦୃଷ୍ଟିରେ ରଖି ‘ଫାଲ୍ଟା ଏସ୍ଇଜେଡ୍’ ଜରିଆରେ ଏସ୍ଇଜେଡ୍ର କିଛି ଜମିକୁ ଆଂଶିକ ବାତିଲ କରି ତାହାକୁ ଡିଟିଏରେ ସାମିଲ କରିବାକୁ ଆମେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ନିକଟରେ ଆବେଦନ କରିଥିଲୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Tata-logo-feat.jpg)