ବାଲେଶ୍ବରରେ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଆପାଳ : ମହାକାଶ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଚିହ୍ନଟ ଓ ପ୍ରସାର ଲକ୍ଷ୍ୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତା ବସ୍ତା ଓ ବାଲିଆପାଳ ବ୍ଲକ୍ ସମେତ ବାଲେଶ୍ୱରର ବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ।

ବସ୍ତାର ଶମ୍ଭୁନାଥ ଉଚ୍ଚ ବିଦ୍ୟାଳୟ, ବାଲିଆପାଳର ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟ ଏବଂ ଅମର୍ଦା ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ କୁଇଜ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ୪୭୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଯଥାକ୍ରମେ ଏହି ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଅଳକା ବିନ୍ଧାଣୀ, ସଞ୍ଜୟ ଜେନା, ରାଜେଶ କୁମାର ସେଠୀଙ୍କ ସହିତ ସବୁର୍ଣ୍ଣରେଖା ବନ୍ଦରର ବରିଷ୍ଠ ବିଭାଗୀୟ ପ୍ରବନ୍ଧକପ୍ରମୋଦ କୁମାର ଉପସ୍ଥିତ ଥିଲେ । ବାଲେଶ୍ୱରରେ ବର୍ତମାନ ସୁଦ୍ଧା ୧୧ଟି ବିଦ୍ୟାଳୟରେ ସମାନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବାବେଳେ ଏଥିରେ ୨୦୮୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।

ସମ୍ବନ୍ଧିତ ଖବର