ପିଆଜ ସଂରକ୍ଷଣ ପାଇଁ ଟାଟା ଷ୍ଟିଲ ନିର୍ମାଣ କଲା ସ୍ମାର୍ଟ ଗୋଦାମ

ଭୁବନେଶ୍ୱର : ଟାଟା ଷ୍ଟିଲ୍ର ମଡୁ୍ୟଲାର କନଷ୍ଟ୍ରକ୍ସନ ସମାଧାନ ସଂସ୍ଥା ନେଷ୍ଟ ଇନ୍ ପକ୍ଷରୁ ପିଆଜ ସଂରକ୍ଷଣ ପାଇଁ ଭାରତର ପ୍ରଥମ ବୈପ୍ଳବିକ ସ୍ମାର୍ଟ ଗୋଦାମ “ଏଗ୍ରୋନେଷ୍ଟ୍’ର ଶୁଭାରମ୍ଭ କରାଯାଇଛି । ନଷ୍ଟ ହେଉଥିବା ପିଆଜ ମାତ୍ରାକୁ ଅଧା କମ୍ କରିବା ହେଉଛି ଏହି ଗୋଦାମ ସ୍ଥାପନ କରିବାର ପ୍ରମୁଖ ଲକ୍ଷ୍ୟ ।

ପିଆଜ ସଂରକ୍ଷଣ ପାଇଁ ବୈଜ୍ଞାନିକ ପଦ୍ଧତି ଓ ଅଭିନବ ପ୍ରଯୁକ୍ତିକୁ ବ୍ୟବହାର କରି ପ୍ରଥମ ଥର ପାଇଁ ଏଭଳି ସ୍ମାର୍ଟ ଗୋଦାମ ବିକଶିତ କରାଯାଇଛି । ବୈଜ୍ଞାନିକ ପଦ୍ଧତି ବ୍ୟବହାରର ଅଭାବ, ନିମ୍ନ ମାନର ଡିଜାଇନ୍ ଓ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଉପକରଣ ବ୍ୟବହାର କରାଯାଉଥିବା ଗୋଦାମ ଘର ଭିତରେ ୪୦% ପିଆଜ ନଷ୍ଟ ହୋଇଯାଉଛି । ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ  ନେଇ ରହିଥିବା ଆହ୍ୱାନ ସହିତ ବର୍ତମାନ ପରିବହନ ଓ ଚଳାଚଳରେ ଦେଖାଦେଇଥିବା ସମସ୍ୟା ଚାଷୀଙ୍କ ପାଇଁ ପିଆଜ ସଂରକ୍ଷିତ ରଖିବା ବେଳେ ଅନେକ ପ୍ରକାର ଆହ୍ୱାନ ସୃଷ୍ଟି କରିଛି । ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥାର ଅଭାବ ଯୋଗୁଁ ଦୀର୍ଘଦିନ ହେଲାଣି ଚାଷୀମାନେ ଉଭୟ ଗୁଣାତ୍ମକ ଓ ପରିମାଣ ଦୃଷ୍ଟିରୁ କ୍ଷତି ସହୁଛନ୍ତି ।

ଏ ସମ୍ପର୍କରେ ଟାଟା ଷ୍ଟିଲର ଚିଫ୍, ସର୍ଭିସ୍ ଆଣ୍ଡ୍ ସଲୁସନ୍ସ ପି. ଆନନ୍ଦ କହିଛନ୍ତି, “ଭାରତକୁ ଆତ୍ମନିର୍ଭର କରିବା ପାଇଁ ସ୍ୱାବଲମ୍ବୀ ଓ ଆତ୍ମ-ନିରନ୍ତର ହେବା ବହୁତ ଜରୁରୀ ବୋଲି ଆମର ବିଶ୍ୱାସ ରହିଛି । ଏହି ମିସନ ଦ୍ୱାରା ଅନୁପ୍ରାଣିତ ହୋଇ, ଆପର ବିଶେଷଜ୍ଞ ପେସାଦାରମାନେ କୃଷି କ୍ଷେତ୍ରକୁ ସୁହାଇବା ଭଳି ସମାଧାନ ବିକଶିତ କରୁଛନ୍ତି । ପାଣିପାଗ ପରିବର୍ତ୍ତନ ଓ ପରିବେଶ ସ୍ଥିତି ସେଲ୍ଫରେ କୃଷିଜାତ ସାମଗ୍ରୀ ଜୀବନକୁ ହ୍ରାସ କରୁଛି ଏବଂ ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥାର ଅଭାବରୁ ବିପୁଳ କ୍ଷତି ହେଉଛି । ଆମେ ଏଠାରେ ସମସ୍ୟାକୁ ବୁଝୁଛୁ ଏବଂ ଆମର ଟିମ୍ ଏକ ସମାଧାନ ବିକଶିତ କରିଛନ୍ତି ଯାହା ମିଆଦୀ ପାଇଁ ଉପଯୁକ୍ତ ଓ ବାସ୍ତବିକ । ଆମର ଗ୍ରାହକଙ୍କ ପାଇଁ ଅଭିନବ ଉତ୍ପାଦ ଓ ସମାଧାନ ସୃଷ୍ଟି କରିବା ଏବଂ ଏକ ଉନ୍ନତ ଭବିଷ୍ୟତ ପାଇଁ ଆମେ ପ୍ରତିବଦ୍ଧ ଅଛୁ ।’’

ସମ୍ବନ୍ଧିତ ଖବର