ଭୁବନେଶ୍ବର: ଉତ୍କଳ ଦିବସ ପରିପ୍ରେକ୍ଷୀରେ ଟାଟା ଟି ପ୍ରିମିୟମ୍ ପକ୍ଷରୁ ଉତ୍କଳ କି କଳା ଅଭିଯାନ ଆରମ୍ଭ କରାଯାଇଛି। ଏକାମ୍ର ହାଟରେ ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ଶ୍ରଦ୍ଧାର ସଭାପତି ସଂଜୟ କୁମାର ପଣ୍ଡା, ଓଡ଼ିତା ଟ୍ରଷ୍ଟର ପ୍ରତିଷ୍ଠାତା ଅନିତା ସାବତ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଅଂଶଗ୍ରହଣ କରିଥିଲେ। ଏହି ଅଭିଯାନର ଅଂଶ ଭାବେ ଏକ ନୂଆ ସିନେମାକୁ ଉନ୍ମୋଚନ କରାଯାଇଛି। ଡିଜାଇନ୍ ଓ ପ୍ୟାକ୍କୁ ଜୀବନ୍ତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବୁଣାକାର ଓ କାରିଗରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଂପାନିର ସଭାପତି ପୁନୀତ ଦାସ କହିଛନ୍ତି ଯେ ଆମେ ଲିମିଟେଡ୍ ଏଡିସନ୍ ପ୍ୟାକ୍ ପ୍ରସ୍ତୁତ କରିଛୁ ଯେଉଁଥିରେ ପାରମ୍ପରିକ ହସ୍ତତନ୍ତ ସାମଗ୍ରୀ ରହିଛି। ପ୍ୟାକ୍ଗୁଡ଼ିକୁ ଡିଜାଇନ୍ କରିଥିବା ଟ୍ରି ଡିଜାଇନ୍ର ସହ ପ୍ରତିଷ୍ଠାତା ଅର୍ନବ ଚାଟାର୍ଜୀ କହିଛନ୍ତି ଯେ ଓଡ଼ିଶା ସାରା ଭ୍ରମଣ କରି ୮ ଦିନରେ ୧୦୦୦ କିମି ଯାତ୍ରା କରି ଆମେ ୯ ଜଣ ସ୍ଥାନୀୟ କଳାକାରଙ୍କୁ ଚିହ୍ନଟ କରିଥିଲୁ। ଓଡ଼ିଶା ଦିବସ ଲାଗି ନିଜର ସମୃଦ୍ଧ ଓ ସ୍ବତନ୍ତ୍ର ଏଥନିକ୍ ହସ୍ତତନ୍ତ ସଂସ୍କୃତି ଅନୁସାରେ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିବାକୁ ଏହି ନଅ ଜଣ କଳାକାରଙ୍କୁ କୁହାଯାଇଥିଲା।
ଟାଟା ଟି’ ପ୍ରିମିୟମ୍ର ‘ଉତ୍କଳ କି କଳା’ ଅଭିଯାନ
/sambad/media/post_attachments/wp-content/uploads/2023/04/s5f65h4f65hhfhfhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)