ଚୀନା ମୋବାଇଲ କମ୍ପାନି ଭିଭୋର ଭାରତୀୟ ବ୍ୟବସାୟକୁ କିଣିବ ଟାଟା !

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ କମ୍ପାନୀ ଟାଟା ଏବେ ମୋବାଇଲ ତିଆରି ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛି । ତେବେ ପ୍ରାୟ ଏକ ଦଶନ୍ଧି ତଳେ ଟାଟା ଗ୍ରୁପ୍ ଉଭୟ ମୋବାଇଲ ନେଟୱାର୍କ ଓ ହ୍ୟାଣ୍ଡସେଟ୍ ତିଆରି କରୁଥିଲା। କିନ୍ତୁ ପରେ ସେଥିରୁ ଓହରି ଯାଇଥିଲା ।  ଏବେ ପୁଣି ସ୍ମାର୍ଟଫୋନ୍ ବ୍ୟବସାୟ ଆଡ଼କୁ ଯିବାପାଇଁ ପ୍ରସ୍ତୁତି ଚଳାଇଛି କମ୍ପାନି। ଏଥିପାଇଁ ଚୀନର ଏକ ବଡ ମୋବାଇଲ କମ୍ପାନୀ ଭିଭୋର ଭାରତୀୟ ଶାଖା ଭିଭୋ ଇଣ୍ଡିଆକୁ କିଣିବା ପାଇଁ ଆଲୋଚନା ଚାଲିଛି । ଯଦି ଏହି ଚୁକ୍ତି ନିଶ୍ଚିତ ହୁଏ, ତେବେ ଚୀନର ଏହି କମ୍ପାନୀରେ ଟାଟାର ୫୧ ପ୍ରତିଶତ ଅଂଶଧନ ରହିବ, ଅର୍ଥାତ୍ ଏହାର ନିୟନ୍ତ୍ରଣ ଟାଟା କମ୍ପାନୀ ହାତକୁ ଆସିବ ।

ବାସ୍ତବରେ ଭାରତ ସରକାର ଚୀନର ସମସ୍ତ କଂପାନି ଉପରେ କଡ଼ା ନିଜର ରଖିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଚୀନର ଲୋକପ୍ରିୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ଭିଭୋ ନିଜର ବଡ଼ ଅଂଶଧନ ଭାରତୀୟ କମ୍ପାନିକୁ ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରିଛି ଏବଂ ଏହାକୁ ନେଇ ଟାଟା ଗ୍ରୁପ୍ ସହ ଆଲୋଚନା ଚାଲିଛି। ଭିଭୋ ଭାରତୀୟ କମ୍ପାନି ସହ ମିଶି ଏହାର ଉତ୍ପାଦନ ଓ ବିତରଣ ପାଇଁ ପ୍ରସ୍ତୁତି ଚଳାଇଛି।

ତେବେ ଭିଭୋ ଇଣ୍ଡିଆର ମୂଲ୍ୟାଙ୍କନକୁ ନେଇ ଉଭୟ କମ୍ପାନିଙ୍କ ମଧ୍ୟରେ ଚାଲିଥିବା ଆଲୋଚନା କିଛିଟା ଶିଥିଳ ପଡ଼ିଯାଇଛି। କାରଣ ଟାଟା ଯେଉଁ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଛି, ଭିଭୋ ତାଠାରୁ ଅଧିକ ଦାବି କରୁଛି ।

ସମ୍ବନ୍ଧିତ ଖବର