ନୂଆଦିଲ୍ଲୀ : ଟାଟା ମୋଟର୍ସ ଏହାର ପାସେଞ୍ଜର ଯାନ ବର୍ଗର ଗାଡ଼ିଗୁଡ଼ିକର ମୂଲ୍ୟବୃଦ୍ଧି ଆଜି ଘୋଷଣା କରିଛି। ଆସନ୍ତା ୭ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ଗାଡ଼ି ମୂଲ୍ୟରେ ହାରାହାରି ୦.୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ। ମଡେଲ ଓ ଭାରିଆଣ୍ଟ ଅନୁସାରେ ମୂଲ୍ୟ ଭିନ୍ନ ଭିନ୍ନ ରହିବ। ଗାଡ଼ି ନିର୍ମାଣରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ କମ୍ପାନି ଏହାର କିଛି ମାତ୍ରାକୁ ଗ୍ରାହକଙ୍କ ଉପରେ ଲଦିବାକୁ ବାଧ୍ୟ ହୋଇଥିବା କହିଛି। କମ୍ପାନି ଟିଆଗୋ, ପଞ୍ଚ, ନେକ୍ସନ, ହାରିୟର ଏବଂ ସଫାରି ଆଦି ନାମରେ ପାସେଞ୍ଜର ଯାନ ବିକ୍ରି କରୁଛି।