୨୦ ବର୍ଷ ପରେ ଫ୍ରିଜ୍‌, ଓ୍ଵାସିଂ ମେସିନ୍‌ ଆଣିଲା ଟାଟା

ଭୁବନେଶ୍ୱର: ଦେଶରେ ବହୁ ପୂର୍ବରୁ ଟାଟା ଗ୍ରୁପ୍‌ ଏହାର ନିଜ ସଂସ୍ଥା ଭୋଲ୍‌ଟାସ୍‌ ଜରିଆରେ ଫ୍ରିଜ୍‌, ଓ୍ଵାସିଂ ମେସିନ୍‌ ଆଦି ବିକ୍ରି କରୁଥିଲା। ୧୯୯୮ ମସିହାରେ ଭୋଲ୍‌ଟାସ୍‌ ଏହାର ଅନ୍ୟ ଅନେକ ଉତ୍ପାଦ ବିକ୍ରି ବନ୍ଦ କରି କେବଳ ଏସି ଉପରେ ଧ୍ୟାନ କେନ୍ଦ୍ରୀତ କରିଥିଲା। ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ଫ୍ରିଜ୍‌ ଓ ଓ୍ଵାସିଂ ମେସିନ୍‌ ବଜାରରେ ପ୍ରବେଶ କରିଛି ଭୋଲ୍‌ଟାସ୍‌। ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଂପାନି ପକ୍ଷରୁ ଫ୍ରିଜ୍‌, ଓ୍ଵାସିଂ ମେସିନ୍‌, ଡିସ୍‌ ଓ୍ଵାସର୍‌ ଓ ମାଇକ୍ରୋେଓ୍ଵଭ୍‌୍‌କୁ ଉନ୍ମୋଚନ କରାଯାଇଛି। ଏହି ଉତ୍ପାଦଗୁଡ଼ିକ ‘ଭୋଲ୍‌ଟାସ୍‌ ବେକୋ’ ବ୍ରାଣ୍ଡ୍‌ ନାମରେ ବଜାରରେ ବିକ୍ରି ହେବ। ଭୋଲ୍‌୍‌ଟାସ୍‌ର ଅଧ୍ୟକ୍ଷ ନୋଏଲ୍‌ ଟାଟା ନୂଆ ଉତ୍ପାଦଗୁଡ଼ିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଭୋଲ୍‌ଟାସ୍‌ର ପରିଚାଳନା ନିର୍ଦେଶକ ଓ ସିଇଓ ପ୍ରଦୀପ ବକ୍ସି ଓ ଆର୍କିଲିକ୍‌ର ସିଇଓ ହାକାନ୍‌ ବୁଲ୍‌ଗୁର୍‌ଲୁ ଉପସ୍ଥିତ ଥିଲେ। ଫ୍ରିଜ୍‌, ଏସି ଭଳି ହ୍ଵାଇଟ୍‌ ଗୁଡସ୍‌ କାରବାର ପାଇଁ ଭୋଲ୍‌ଟାସ୍‌ ଓ ତୁର୍କୀର ସଂସ୍ଥା ଆର୍କିଲିକ୍‌ ମିଶି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିଛନ୍ତି। ଏହାର ନାମ ହେଉଛି ଭୋଲ୍‌ଟ୍‌ବେକ୍‌ ହୋମ୍‌ ଆପ୍ଲାଏନ୍‌ସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌। ଭୋଲ୍‌ବେକ୍‌ର ବ୍ରାଣ୍ଡ୍‌ ହେଉଛି ଭୋଲ୍‌ଟାସ୍‌ ବେକୋ। ଗୁଜରାଟର ସାନନ୍ଦଠାରେ ଥିବା କାରଖାନାରେ କଂପାନି ଏହାର ଉତ୍ପାଦଗୁଡ଼ିକୁ ୨୦୧୯-୨୦ ଆର୍ଥିକ ବର୍ଷରୁ ଉତ୍ପାଦନ କରିବାକୁ ଯୋଜନା ରଖିଛି।

ସମ୍ବନ୍ଧିତ ଖବର