ଭୁବନେଶ୍ବର: ସାମନ୍ତରାପୁରସ୍ଥିତ ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଓ ଟାଟା ଇଭିର ସ୍ବୀକୃତିପ୍ରାପ୍ତ ଡିଲର୍ସିପ୍ ଡିଅନ୍ ଅଟୋମୋଟିଭ୍ସରେ ଟାଟା ହାରିୟର୍.ଇଭିକୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ଏକମାତ୍ର ଡିଲର୍ସିପ୍ ଯେଉଁଠାରେ ଗ୍ରାହକମାନେ ଟାଟା ମୋଟର୍ସର ସମସ୍ତ ପେଟ୍ରୋଲ୍, ଡିଜେଲ୍, ସିଏନ୍ଜି ଓ ଇଲେକ୍ଟ୍ରିକ୍ ମଡେଲ୍ ପାଇପାରିବେ। ୫-ଷ୍ଟାର୍ ବିଏନ୍ସିଏପି ମାନର ବଡି ଢାଞ୍ଚା ଓ ଲେବଲ୍ ୨ ଏଡିଏଏସ୍ର ବୁଦ୍ଧିମତା ସହ ଏହାକୁ ଏଭଳି ଢଙ୍ଗରେ ପ୍ରସ୍ତୁତ କରାଯାଇଛି ଯାହା ତତ୍କାଳ ଟର୍କ ପ୍ରଦାନ କରୁଥିବା ବେଳେ ସହରାଞ୍ଚଳ ହେଉ କିମ୍ବା ପ୍ରାକୃତିକ ଅଞ୍ଚଳ, ସବୁ ଜାଗାରେ ତାହା ଚମତ୍କାର ପ୍ରଦର୍ଶନ କରୁଛି।
ନୂଆ ହାରିୟର.ଇଭିକୁ ପରିବହନ କମିସନର ଅମିତାଭ ଠାକୁର, ଭୁବନେଶ୍ବରର ଆର୍ଟିଓ-୧ ବିକାଶ ଚନ୍ଦ୍ର ଚୌଧୁରୀ ଅତିଥି ଭାବେ ଯୋଗଦେଇ ହାରିୟର.ଇଭି ଉନ୍ମୋଚନ କରିଥିଲେ। ଏହି ଅବସରରେ କମ୍ପାନି ପ୍ରତିନିଧି ଶୈଳେଶ ରାଏ, ହର୍ଷ ରାଜ, ରମେଶ ଦେ, ରାମପୁରୀ ଭାମ୍ସି, ରାହୁଲ ତ୍ରିପାଠୀ ଏବଂ ଡିଅନ୍ ଗ୍ରୁପ୍ର ନିର୍ଦ୍ଦେଶକ ମନୋଜ କୁମାର ସାହୁ, ସିଇଓ ସତ୍ୟମ ପଟ୍ଟନାୟକ ଓ ବିକ୍ରି ମୁଖ୍ୟ ସନ୍ଦୀପ କାନୁନ୍ଗୋ ଉପସ୍ଥିତ ଥିଲେ। ଏହି ଅବସରରେ ପରିବହନ କମିସନର ଶ୍ରୀ ଠାକୁର କହିଥିଲେ ଯେ ସବୁ ବର୍ଗରେ ଓଡ଼ିଶାରେ ଇଭି ଗ୍ରହଣୀୟତାରେ ଉଲ୍ଲେଖନୀୟ ଉତ୍ସାହ ରହିଛି। ଡିଅନ୍ ଗ୍ରୁପ୍ର ନିର୍ଦେଶକ ଶ୍ରୀ ସାହୁ କହିଥିଲେ ଯେ ଇଲେକ୍ଟ୍ରିକ୍ ଯାନ ପାଇଁ ତ୍ରିନାଥ ରଥଙ୍କ ନେତୃତ୍ବରେ ଆମର ଏକ ଉତ୍ସର୍ଗୀକୃତ ଟିମ୍ ରହିଛି।