ଟାଟାର ନୂଆ ଏସ୍‌ୟୁଭି ‘ପଞ୍ଚ୍‌’

ଭୁବନେଶ୍ବର: ପୂଜା ବଜାରରେ ଗ୍ରାହକଙ୍କ ଚାହିଦାକୁ ଦେଖି ଟାଟା ମୋଟର୍ସ ପକ୍ଷରୁ ସମାନ୍ତରାପୁର ସ୍ଥିତ ଡିଅନ ଅଟୋମେଟିଭ ସୋ’ରୁମ ରେ କଂପାନିର ନୂଆ ମାଇକ୍ରୋ ଏସ୍‌ୟୁଭି ପଞ୍ଚ୍‌କୁ ଉନ୍ମୋଚନ କରାଯାଇଛି। ବଲିଉଡ୍‌ ଅଭିନେତା ରାହୁଲ୍ ବୋଷ ଏହାକୁ ଉନ୍ମୋଚନ କରିଛନ୍ତି। ଏଥିରେ ୧.୨ ଲିଟର ବିଶିଷ୍ଟ ୧୧୯୯ ସିସିର ୩ ସିଲିଣ୍ଡର ରିଭର୍‌ଟ୍ରନ୍‌ ଇଞ୍ଜିନ ରହିଛି। ହ୍ବାଇଟ, ଗ୍ରେ ଓ ଅରେଞ୍ଜ ଭଳି ରଙ୍ଗରେ ନୂଆ ଏସ୍‌ୟୁଭି ପଞ୍ଚ୍‌ ଉପଲବ୍ଧ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ରଙ୍ଗରେ ଏହା ସାମ୍ନାକୁ ଆସିବ ବୋଲି ସୋ’ରୁମ୍‌ର ନିର୍ଦେଶକ ମନୋଜ ସାହୁ କହିଛନ୍ତି। ପଞ୍ଚ୍‌ର ମୂଲ୍ୟ ୫-୮ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଏହି ଅବସରରେ ସୋ’ରୁମ୍‌ର ନିର୍ଦେଶକ ଦିବ୍ୟ ଜ୍ୟୋତି ମିଶ୍ର, ସିଇଓ ଶଶାଙ୍କ ଭେଗାଡ଼, ଜେନେରାଲ ମ୍ୟାନେଜର ବିଶ୍ବନାଥ ବେଗୋରାଏ, ସିନିୟର ସେଲ୍ସ ମ୍ୟାନେଜର ଶରତ ଚନ୍ଦ୍ର ମହାନ୍ତି, ସେଲ୍ସ ମ୍ୟାନେଜର ସନ୍ଦୀପ କାନୁନ୍‌ଗୋ ଓ ଆସିଷ୍ଟାଣ୍ଟ ସେଲ୍ସ ମ୍ୟାନେଜର ଆଶୁତୋଷ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର