ଏଆଇ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବ ତତ୍ତ୍ବ ଟେକ୍ନୋଲୋଜି

ଭୁବନେଶ୍ବର: ବିଶ୍ବର ପ୍ରଯୁକ୍ତି ଶିଳ୍ପରେ ବ୍ୟାପକ ଛଟେଇ ଚାଲିଥିବା ବେଳେ ରାଜ୍ୟର ଅନ୍ୟତମ ଆଇଟି କଂପାନି ତତ୍ତ୍ବ ଟେକ୍ନୋଲୋଜି ୫୦୦ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। କଂପାନିର ୨୧ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହାର ଏମ୍‌ଡି ଅୟସ୍‌କାନ୍ତ ମହାନ୍ତି ଓ ସିଇଓ ତପେନ୍ଦ୍ର ସେନାପତି କହିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, ସାଇବର ସିକ୍ୟୁରିଟି ଓ ଆନାଲିଟିକ୍ସକୁ ନେଇ କଂପାନି ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି।

ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର ରାଏ ଅତିଥି ଭାବେଯୋଗ ଦେଇଥିଲେ। ତତ୍ତ୍ବରେ ୩୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଭୁବନେଶ୍ବର, କୋଲକାତା, ଗୌହାଟି, ହାଇଦ୍ରାବାଦ, ମୁମ୍ବାଇ ଓ ନୋଏଡାର ଏହାର ଡେଲିଭରି ସେଣ୍ଟର ରହିଛି। ଆମେରିକା, ସିଙ୍ଗାପୁର, ମଧ୍ୟପ୍ରାଚ୍ୟ ଓ ଆଫ୍ରିକାରେ ମଧ୍ୟ ଏହାର ଉପସ୍ଥିତି ରହିଛି।

ସମ୍ବନ୍ଧିତ ଖବର