ବିଟକଏନ୍‌ ଉପରୁ ଆଦାୟ ହେବ ଟିକସ

ନୂଆଦିଲ୍ଲୀ: ବିଟ୍‌କଏନ୍‌ ନିବେଶ ଉପରୁ ଟିକସ ଆଦାୟ କରିବା ପାଇଁ ଆୟକର ବିଭାଗ ଏହାର ପ୍ରକ୍ରିୟା ଆରମ୍ଭ କରିଦେଇଛି। ବିଭାଗ ପକ୍ଷରୁ ବିଟ୍‌କଏନ୍‌ରେ ନିବେଶ କରିଥିବା ଲକ୍ଷାଧିକ ଲୋକଙ୍କୁ ନୋଟିସ୍‌ ପଠାଯାଇଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଅଧ୍ୟ ସୁଶିଲ ଚନ୍ଦ୍ରା କହିଛନ୍ତି। ଟିକସ ବିଭାଗ ପାଖରେ ଖବର ପହଞ୍ଚିଛି ଯେ ବିଟ୍‌କଏନ୍‌ରେ ନିବେଶ କରି ଲୋକମାନେ ବିପୁଳ ପରିମାଣର ଲାଭ କରିଛନ୍ତି। କିନ୍ତୁ ସେହି ଲାଭ ଉପରେ ସେମାନେ ଅଗ୍ରୀମ ଟିକସ ପଇଠ କରିନାହାନ୍ତି। ବିଟ୍‌କଏନ୍‌ ଏକ୍ସଚେଞ୍ଜଗୁଡ଼ିକରେ ପହଞ୍ଚି ଆୟକର ବିଭାଗ ଅନେକ ତଥ୍ୟ ହାସଲ କରିଥିଲା। ଏହା ପରେ ନିବେଶକମାନଙ୍କ ପାଖକୁ ଟିକସ ନୋଟିସ୍‌ ପଠାଇଚି। ଅନେକ ନିବେଶକ ଟିକସ ଦେବାକୁ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ବିଟ୍‌କଏନ୍‌ ଏବଂ ସବୁ ପ୍ରକାର କ୍ରିପ୍‌ଟୋକରେନ୍‌ସିକୁ ବେଆଇନ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର