ଇନୋଭା କ୍ରାଏଷ୍ଟା ଓ ଫର୍ଚୁନରର ନୂଆ ମଡେଲ ବଜାରକୁ ଛାଡିଲା ଟୟୋଟା

ନୂଆଦିଲ୍ଲୀ: ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଇନୋଭା କ୍ରାଏଷ୍ଟା, ଇନୋଭା ଟୁରିଙ୍ଗ ସ୍ପୋଟର୍ସ ଏବଂ ଫର୍ଚୁନରର ନୂଆ ମଡେଲ ବଜାରକୁ ଛଡାଯାଇଛି । ଇନୋଭା କ୍ରିଏଷ୍ଟାର ମୂଲ୍ୟ ୧୪,୬୫,୦୦୦ ଟଙ୍କାରୁ୨୨,୦୧,୦୦୦ଟଙ୍କା ଥିବାବେଳେ ଇନେଭା ଟୁରିଙ୍ଗ ସ୍ପୋର୍ଟସର ମୂଲ୍ୟ ୧୮,୫୯,୦୦୦ଟଙ୍କାରୁ ୨୩,୦୬,୦୦୦ଟଙ୍କା ରହିଛି । ୨୦୦୫ରେ ଏହାର ପ୍ରବେଶଠାରୁ ବେଶ୍‌ ସଫଳ ରହିଥିବା ଇତିମଧ୍ୟରେ ୭,୬୦,୦୦୦ୟୁନିଟ୍‌ ଯାନ ବିକ୍ରି କରି ପାରିଛି। ଇନୋଭା କ୍ରାଏଷ୍ଟ ୨୦୧୬ରେ ବଜାର ପ୍ରବେଶ କରିଥିବାବେଳେ ଇତିମଧ୍ୟରେ ୧,୮୧,୦୦୦ୟୁନିଟ୍‌ ବିକ୍ରି ହୋଇଛି। ସେହିପରି ଫର୍ଚୁନର ୨୭,୨୭,୦୦୦ଟଙ୍କାରୁ ୩୨,୯୭,୦୦୦ଟଙ୍କା ରହିଛି। ୨୦୦୯ ଠାରୁ ଇତିମଧ୍ୟରେ ୧,୪୧,୦୦୦ ୟୁନିଟ୍‌ ବିକ୍ରି ହୋଇପାରିଛି।

ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର୍ସ ପ୍ରା.ଲିଃ.ର ଡେପୁଟି ପରିଚାଳନା ନିର୍ଦ୍ଦେଶକ ଏମ୍‌.ଏନ୍‌. ରାଜା କହିଲେ, ‘ ଭାରତରେ ୨୦୦୫ଠାରୁ ଇନୋଭାର ବଜାର ପ୍ରବେଶ ପରଠାରୁ ଏହା ବେଶ୍‌ ସଫଳ ରହିପାରିଛି। ଏହି ଉତ୍ପାଦ ଗ୍ରାହକଙ୍କ ନିକଟରେ ନିଜର ଲୋକପ୍ରିୟତା ବୃଦ୍ଧି କରିପାରିଛି। ଏହାର ମାର୍କେଶ ଶେୟାର ୪୦% ରହିଛି । ୨୦୧୮ ଜାନୁୟାରୀଠାରୁ ଅଗଷ୍ଟ ଭିତରେ କମ୍ପାନୀ ୫୨୦୦୦ ୟୁନିଟ୍‌ ଯାନ ବିକ୍ରି କରିଥିବାବେଳେ ଏହାର ଅଭିବୃଦ୍ଧି ହାର ୧୩% ରହିଛି। କମ୍ପାନୀର ଗ୍ରାହକ ସଂଖ୍ୟା ୭.୬ ଲକ୍ଷ ରହିଛି। ଫର୍ଚୁନରର ମାର୍କେଟ ଶେୟାର ୭୦% ରହିଛି। ଏସବୁ ଯାନରେ ଅତ୍ୟାଧୁନିକ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଥାଏ । ନୂଆ ଇନୋଭା କ୍ରିଏଷ୍ଟା ଏବଂ ଇନୋଭା ଟୁରିଙ୍ଗ ସ୍ପୋର୍ଟସ୍‌ରେ ଆଣ୍ଟି ଆଲାର୍ମ ଥେଫ୍ଟ୍‌, ଗ୍ଲାସ୍‌ ବ୍ରିକ୍‌ ଏବଂ ଅଲଟ୍ରାସୋନିକ ସେନସର୍‌ ରହିଛି। ଏଥିରେ ଏମରଜେନ୍ସି ବ୍ରେକ୍‌ ସିଗନାଲ୍‌, ପଛ ଫଗ୍‌ ଲ୍ୟାମ୍ପ୍‌, ଆଗ ଏଲଇଡି ଫଗ୍‌ ଲ୍ୟାମ୍ପ୍‌ ଆଦି ରହିଛି। ସେହିପରି ଫର୍ଚୁନର୍‌ରେ ପାସେର ପାୱାରା ପାର୍ଶ୍ୱ ସିଟ୍‌,ଆଣ୍ଟି ଆଲାର୍ମ ଥେଫ୍ଟ୍‌, ଗ୍ଲାସ୍‌ ବ୍ରିକ୍‌ ଏବଂ ଅଲଟ୍ରାସୋନିକ ସେନସର୍‌,ଏମରଜେନ୍ସି ବ୍ରେକ୍‌ ସିଗନାଲ୍‌, ପଛ ଫଗ୍‌ ଲ୍ୟାମ୍ପ୍‌, ଆଗ ଏଲଇଡି ଫଗ୍‌ ଲ୍ୟାମ୍ପ୍‌, ଇଲେକ୍ଟ୍ରୋନିକ୍ସ  ଇନସାଇଡ୍‌ ରିୟର ଭିୟୁ ମିରର୍‌ ରହିଛି।

ସମ୍ବନ୍ଧିତ ଖବର