ଚଳିତ ବର୍ଷ ଭାରତରେ ୪୦ ହଜାର କ୍ୟାମ୍ପସ ନିଯୁକ୍ତି ଦେବ ଟିସିଏସ୍

ମୁମ୍ବାଇ : କରୋନା ମହାମାରୀ ପ୍ରଭାବରେ କମ୍ପାନିମାନେ କର୍ମଚାରୀ ଛଟେଇ କରୁଥିବାବେଳେ ଆଇଟି ଉଦ୍ୟୋଗ କିଛିଟା ଆଶା ସଂଚାର କରିଛି । ଚଳିତ ଆର୍ଥିକ ବର୍ଷରେ ଦେଶର ବୃହତ୍ତମ ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପ୍ରାୟ ୪୦ ହଜାର କ୍ୟାମ୍ପସ୍ ନିଯୁକ୍ତି ପ୍ରଦାନ କରିବ ।

ଏ ସମ୍ପର୍କରେ ସୂଚନା ଦେଇ କମ୍ପାନିର ମାନବ ସମ୍ବଳ ବିଭାଗର ଅନ୍ତର୍ଜାତୀୟ ମୁଖ୍ୟ ମିଲିନ୍ଦ ଲକ୍କଡ୍ କହିଛନ୍ତି ଯେ ଭାରତରେ  ଦକ୍ଷ ମାନବ ସମ୍ବଳର କୌଣସି ଅଭାବ ନାହିଁ । ଚଳିତ ଆର୍ଥିକ ବର୍ଷରେ କମ୍ପାନି ପ୍ରାୟ ୪୦ ହଜାର କ୍ୟାମ୍ପସ୍ ନିଯୁକ୍ତି ପ୍ରଦାନ କରିବ ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ କମ୍ପାନି ୨୦,୪୦୯ ନୂଆ ନିଯୁକ୍ତି ପ୍ରଦାନ କରିଛି । ଏହା ଫଳରେ ଭାରତରେ କମ୍ପାନିର ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ଟପିଯାଇଛି । ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ରେ କମ୍ପାନି ଭାରତରେ ମୋଟ ୪୦ ହଜାର କ୍ୟାମ୍ପସ ନିଯୁକ୍ତି ଦେଇଥିଲା ।

ନିକଟରେ ନାସକମ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଦେଶର ପ୍ରମୁଖ ୫ଟି ସଫ୍ଟଓ୍ବାର କମ୍ପାନି ଚଳିତ ବର୍ଷ ମୋଟ ୯୬ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧିତ ଖବର