ଅକ୍ଟୋବରରୁ ଜିଏସ୍‌ଟିରେ ଲାଗୁହେବ ଟିଡିଏସ୍‌, ଟିସିଏସ୍‌

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ପହିଲାରୁ ଦେଶରେ ଜିଏସଟି ବ୍ୟବସ୍ଥାରେ ଟିଡିଏସ୍‌ ଏବଂ ଟିିସିଏସ୍‌ ଆଦାୟ କରାଯିବ। ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ସିଜିଏସ୍‌ଟି ଆଇନ ଅନୁଯାୟୀ, ଅଧିସୂଚିତ ସଂସ୍ଥା ଗୁଡ଼ିକ ସାମଗ୍ରୀ ଓ ସେବା ଯୋଗାଣକାରୀଙ୍କୁ ଅଢ଼େଲ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅର୍ଥ ପଇଠ କ୍ଷେତ୍ରରେ ୧% ଟିଡିଏସ୍‌ ଆଦାୟ କରିବେ। ସେହିଭଳି ଏସ୍‌ଜିଏସ୍‌ଟି ଆଇନ ଅନୁଯାୟୀ ରାଜ୍ୟ ଗୁଡ଼ିକ ମଧ୍ୟ ୧% ଟିଡିଏସ୍‌ ଆଦାୟ କରିବେ। ଇ-କମର୍ସ କମ୍ପାନି ଗୁଡ଼ିକ ମଧ୍ୟ ସାମଗ୍ରୀ ଓ ସେବା ଯୋଗାଣକାରୀ ଅର୍ଥ ପଇଠ ସମୟରେ ୧% ଟିସିଏସ୍‌ ଆଦାୟ କରିବେ। ରାଜ୍ୟଗୁଡ଼ିକ ମଧ୍ୟ ଏ କ୍ଷେତ୍ରରେ ୧% ଟିସିଏସ୍‌ ଆଦାୟ କରିପାରିବେ। ଜିଏସଟିରେ ବ୍ୟବସାୟ ପ୍ରକି୍ରୟାକୁ ସହଜ ରଖିବା ପାଇଁ ଟିଡିଏସ୍‌ ଓ ଟିିସିଏସ୍‌ର କାର୍ଯ୍ୟକାରିତାକୁ ଦୁଇଟି ପର୍ଯ୍ୟାୟରେ ଚଳିତମାସ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର