ନୂଆଦିଲ୍ଲୀ : ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍ ଇଣ୍ଡିଆର କ୍ୟାମନ୍-ଆଇ ସିରିଜ୍ ସ୍ମାର୍ଟଫୋନ୍ ବର୍ଗରେ  କ୍ୟାମନ୍-ଆଇ ଏସିଇ -୨-ଏକ୍ସ ଏବଂ କ୍ୟାମନ-ଆଇ ଏସିଇ-୨ ସ୍ମାର୍ଟଫୋନ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଯେ କୌଣସି ଆଲୋକରେ ଫଟୋ ଉଠାଇବାକୁ ସକ୍ଷମ ହେବା ସହିତ ଫୁଲ ଭିୟୁ ଡିସ୍ ପ୍ଲେ ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଏହାର ମୂଲ୍ୟ ଯଥାକ୍ରମେ ୭,୫୯୯ ଟଙ୍କା ଏବଂ ୬,୬୯୯ ଟଙ୍କା ରହିଛି । ୨୦୧୮ରେ କମ୍ପାନୀର ଅଭିବୃଦ୍ଧି ହାର ୨୨୧% ରହିଛି ।  କ୍ୟାମନ୍-ଆଇ ଏସିଇ -୨-ଏକ୍ସରେ ୩ଜିବି ରାମ , ୩୨ ଜିବି ରମ୍ ରହିଛି । ସେହିପରି  କ୍ୟାମନ-ଆଇ ଏସିଇ-୨ରେ ୨ଜିବି ରମ୍, ୩୨ ଜିବି ରମ୍ ରହିଛି ।  ଉଭୟ ସ୍ମାର୍ଟଫୋନ୍ ଭାରତବ୍ୟାପୀ ୩୫,୦୦୦ରୁ ଅଧିକ ରିଟେଲ ଆଉଟଲେଟରେ ଉପଲବ୍ଧ ହେବ ।

Advertisment

ଭାରତରେ କ୍ୟାମନ୍ ସିରିଜ୍ର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ସ୍ମାର୍ଟଫୋନ୍ ଦୁଇଟି ପ୍ରସ୍ତୁତ କରାଯାଇଛି । ଉଭୟ ମୋବାଇଲ୍ରେ ୧୩ ଏମ୍ପି ଏଆଇ ପଛ କ୍ୟାମେରା, ୮ ଏମ୍ପି ଏଆଇ-ପାୱାର ସେଲ୍ଫି, ୫.୫ ଇଞ୍ଚ ଏଚଡି ପ୍ଲସ୍ ସ୍କ୍ରିନ୍, ୧୮:୯ ଫୁଲ ଭିୟୁ ଡିସପ୍ଲେ, ୩୦୫୦ ଏମ୍ଏଏଚ୍ ବ୍ୟାଟେରୀ, ଫେସ୍ ଅନଲକ୍ ଆଦି ବୈଶିଷ୍ଟ୍ୟ ରହିଛି । ୮ ହଜାର ଟଙ୍କା ମଧ୍ୟରେ ଏହି ସ୍ମାର୍ଟଫୋନ୍ ଉପଲବ୍ଧ ହେଉଛି । ଯେକୌଣସି ଆଲୋକରେ ଏହା ଫଟୋ ଉଠାଇବାକୁ ସକ୍ଷମ ହେବ । ଏଥିରେ ଡୁଆଲ୍ ଏଲଇଡି ଲାଇଟ୍ ରହିଛି । ଏହା ସହିତ ୨୨୮ ଫେସିଆଲ୍ ପଏଣ୍ଟ, ଏଆଇ ବୋଖେ ମୋଡ୍,୨.୦ ଗିଗାହର୍ଜ ହେଲିଓ ଏ-୨୨ ୬୪ ବିଟ୍ କ୍ୱାଡା-କୋର୍ ପ୍ରୋସେସର୍  ହି ଅପରେଟିଂ ସିଷ୍ଟମ୍ ୪.୧, ଆଣ୍ଡ୍ରଏଡ୍ ୮.୧ ଓରିଓ, ୨.୫ ଡି ଜଭର୍ଡ ଏଡଜ୍, ୮୦.୫% ସ୍କ୍ରିନ୍ ଟୁ- ବିହି ରେସିଓ, ସ୍ଲିମ୍ ବେଜେଲ, ୮.୪୮ ଏମଏମ ଥିକନେସ୍, ୩ ସେକେଣ୍ଡ ଅନ୍ଲକ୍ ସୁବିଧା, ୪ଜି ଭୋଲଟେ, ୧୨୮ଜିବି ବର୍ଦ୍ଧିତ ମେମୋରୀ ସୁବିଧା ଆଦି ରହିଛି । ଏହା ଉପରେ ପ୍ରାରମ୍ଭିକ ଅଫର ‘୧୧୧’ ଉପଲବ୍ଧ ହେବ । ଯାହାକି ୧୦୦ଦିନ ମଧ୍ୟରେ ରିପ୍ଲେସ୍ ଟ୍ୱାରେଂଟି  ତଥା ଗୋଟିଏ ଥର୍ ସ୍କ୍ରିନ୍ ରିପ୍ଲେସମେଂଟ୍ ସୁବିଧା ତଥା ଏକ ମାସର ବର୍ଦ୍ଧିତ ୱାରେଣ୍ଟି ପ୍ରଦାନ କରିବ ।  କ୍ୟାମନ୍-ଆଇ ଏସିଇ -୨-ଏକ୍ସ  ଚ୍ୟାମ୍ପେନ୍ ଗୋଲ୍ଡ, ମିଡ୍ ନାଇଟ୍ ବ୍ଲାକ୍,ନେବୁଲା ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେଉଥିବାବେଳେ କ୍ୟାମନ-ଆଇ ଏସିଇ-୨ ସିଟି ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି ।