ନୂଆଦିଲ୍ଲୀ : ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍୍ ଇଣ୍ଡିଆର କ୍ୟାମନ୍-ଆଇ ସିରିଜ୍ ସ୍ମାର୍ଟଫୋନ୍ ବର୍ଗରେ ଅନ୍ୟ ଏକ ନୂତନ ଉତ୍ପାଦ କ୍ୟାମନ୍-ଆଇ ସ୍କାଏର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଯେ କୌଣସି ଆଲୋକରେ ଫଟୋ ଉଠାଇବାକୁ ସକ୍ଷମ ହେବା ସହିତ ଫୁଲ ଭିୟୁ ଡିସ୍ ପ୍ଲେ ଉପଲବ୍ଧ କରାଇବାକୁ ସକ୍ଷମ ହେବ।
ଏଥିରେ ୧୩ ମେଗାପିକ୍ସଲେ ପଛ ପିଡିଏଏଫ୍ କ୍ୟାମେରା, ପଛ ଏଫ୍-୨.୦ ଆପରେଚର, ୫ପି ଲେନ୍ସ୍, ପଛ ୨-ଏକ୍ସ ଫ୍ଲାଶ୍, ୮ ଏମ୍ପି ସମ୍ମୁଖ କ୍ୟାମେରା, ସେଲଫ୍ ବିୟୁଟି ୪.୦ ଆଦି ବୈଶିଷ୍ଟ୍ୟ ରହିଛି। ଏହାଦ୍ୱାରା କମ୍ ଆଲୋକରେ ମଧ୍ୟ ସହଜରେ ଫଟୋ ଉଠାଇ ହେବ । କ୍ୟାମନ୍-ଆଇ ସ୍କାଏର ମୂଲ୍ୟ ୭,୪୯୯ ଟଙ୍କା ରହିଛି । ଏହି ୮.୩ ମି.ମି ପତଳା ଓ ୧୩୭ ଗ୍ରାମ୍ ଓଜନ ବିଶିଷ୍ଟ। ଏଥିରେ ୨.୫ କର୍ଭଡ୍ ଗ୍ଲାସ୍, ସ୍କ୍ରିନ୍ ଟୁ ବଡି ପ୍ରତିଶତ ୮୧.୩%, ୧୨.୫% ବଡ ସ୍କ୍ରିନ୍, ସ୍କ୍ରିନ୍ ଅନୁପାତ ୧୮:୯ ରହିଛି। ଏହି ସ୍ମାର୍ଟଫୋନ୍ ଫେସ୍ ଚିହ୍ନଟ କରିବାକୁ ସକ୍ଷମ। ଏଥିରେ ବାୟୋମେଟ୍ରିକ୍ ଜ୍ଞାନକୌଶଳ ରହିଛି। ଏଥିରେ ୬୪ ବିଟ୍ କ୍ୱାଡା-କୋର ପ୍ରୋସେସର, ୩୦୫୦ ଏମଏଏଚ୍ ବ୍ୟାଟେରୀ ୧.୩ ଜିଏଚ୍ଜେଡ୍୍ ପ୍ରୋସେସର୍, ୨ ଜିବି ରାମ୍, ୧୬ ଜିବି ରମ୍,୨୭ ଘଣ୍ଟାର ବ୍ୟାଟେରୀ ଲାଇଫ୍ ଆଦି ସୁବିଧା ରହିଛି । କ୍ୟାମନ୍-ଆଇ ସରିଜ୍ର ୩ଟି ଫୋନ୍ ସମ୍ପ୍ରତି ବଜାରରେ ଉପଲବ୍ଧ। ସେଥିମଧ୍ୟରୁ କ୍ୟାମନ୍-ଆଇର ମୂଲ୍ୟ ୮୯୯୯ଟଙ୍କା ଥିବାବେଳେ କ୍ୟାମନ୍-ଆଇ ଏୟାରର ମୂଲ୍ୟ ୭୯୯୯ଟଙ୍କା ଏବଂ କ୍ୟାମନ୍-ଆଇ ସ୍କାଏର ମୂଲ୍ୟ ୭୪୯୯ ଟଙ୍କା ରହିଛି।